Latest Odisha News

ଜୁନ୍ ୧ ରୁ ଗଡିବ ୨୦୦ଟି ଟ୍ରେନ

ନୂଆଦିଲ୍ଲୀ : ଜୁନ ୧ ତାରିଖଠାରୁ ଗଡିବ ଟ୍ରେନ । ଭାରତୀୟ ରେଳ ପକ୍ଷରୁ ଏ ନେଇ ନିଷ୍ପତ୍ତି ନିଆଯାଇଛି। ୩୧ ତାରିଖରେ ଲକଡାଉନ୍ ୪ ଶେଷ ହେବା ପର ଦିନ ୨୦୦ଟି ନନ୍ ଏସି ଟ୍ରେନ୍ ଚାଲିବ। ଏ ନେଇ ରେଳ ମନ୍ତ୍ରୀ ପୀୟୂଷ ଗୋୟଲ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ।

ଏହି ଟ୍ରେନର ଟିକେଟ୍ ଅନଲାଇନରେ ହିଁ ମିଳିପାରିବ । ସବୁ ବର୍ଗର ଲୋକଙ୍କୁ ଏହି ଟିକେଟ ମିଳିବ । ତେବେ ଟ୍ରେନ ଚଳାଚଳର ସମୟ କଣ ରହିବ ସେ ନେଇ ସ୍ପଷ୍ଟ କରାଯାଇନାହିଁ ।

ବର୍ତ୍ତମାନ କେବଳ ଅନ୍ୟ ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କୁ ନେଇ ଟ୍ରେନ ଓଡିଶା ଆସୁଛି । ଏହି ପ୍ରବାସୀ ଶ୍ରମିକଙ୍କ ଟ୍ରେନ ନିର୍ଦ୍ଧାରିତ ସମୟରେ ଆସିବ ବୋଲି ସୂଚନା ଦିଆଯାଇଛି ।

Leave A Reply

Your email address will not be published.