Latest Odisha News

ସୁପର୍ ସାଇକ୍ଲୋନ୍ ‘ଅମ୍ଫାନ’: ଆଜି ବିଳମ୍ବିତ ରାତିରେ ବଢିପାରେ ପବନର ବେଗ

ଭୁବନେଶ୍ୱର: ମହାବାତ୍ୟା ‘ଅମ୍ଫାନ’ ଅତ୍ୟନ୍ତ ଭୀଷଣ ବାତ୍ୟାରେ ପରିଣତ ହୋଇସାରିଛି । ଅମ୍ଫନ୍ ପଶ୍ଚିମବଙ୍ଗର ସୁନ୍ଦରବନ ଅଞ୍ଚଳରେ ସ୍ଥଳପଥ ଛୁଇଁବାର ସମ୍ଭାବନା ରହିଛି । ଆଜି ବିଳବିମ୍ବିତ ରାତିରେ ପବନର ବେଗ ହଠାତ୍ ବଢିପାରେ, ଏନେଇ ସତର୍କ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର୍ (ଏସଆରସି)ପ୍ରଦୀପ କୁମାର ଜେନା ।

ଏସଆରସିଙ୍କ ସୂଚନାନୁଯାୟୀ, ଆଜି ରାତିରେ ପ୍ରବଳ ବର୍ଷା ସହିତ ପବନର ବେଗ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

ଅଧିକ ପଢନ୍ତୁ: ଆଜି ରାତିରେ ଏହି ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଏପରିକି ଜନସାଧାରଣଙ୍କୁ ପରାମର୍ଶ ଦେଇ ଏସଆରସି କହିଛନ୍ତି ଯେ, ଆସନ୍ତାକାଲିକୁ ଅପେକ୍ଷା ନକରି ତୁୁରନ୍ତ ବାତ୍ୟା ଆଶ୍ରୟସ୍ଥଳୀରେ ପହଞ୍ଚିଯିବା ଆବଶ୍ୟକ । ଆସନ୍ତାକାଲି ପବନର ବେଗ କମିଯିବ । ତାହାପରେ ଆମେ ଆଶୟସ୍ଥଳୀରୁ ଫେରିବା ।

ଏସଆରସିଙ୍କ ସୂଚନାନୁଯାୟୀ, ଅମ୍ଫନ ଏବେ ପାରଦୀପଠାରୁ ୩୫୦ କିଲୋମିଟର ଏବଂ ପଶ୍ଚିମବଙ୍ଗର ଦୀଘାଠାରୁ ୫୧୦ କିଲୋମିଟର ଦୂରରେ ରହିଛି । ବୁଧବାର ସନ୍ଧ୍ୟା ସୁଦ୍ଧା ଅମ୍ଫନ ସ୍ଥଳପଥ ଛୁଇଁବ ।

ଏସଆରସି କହିଛନ୍ତି ଯେ, ବାତ୍ୟା ବୁଲବୁଲ୍ ଠାରୁ ଅମ୍ଫାନ ଅଧିକ ପ୍ରଭାବିତ କରିପାରେ । ଇତିମଧ୍ୟରେ ୩୧ଟି ଅଞ୍ଚଳରେ ଏନଡ଼ିଆରଏଫ ଏବଂ ଓଡ୍ରାଫ ଟିମ୍ ପହଞ୍ଚି ସାରିଛନ୍ତି ।

Leave A Reply

Your email address will not be published.