ଭୁବନେଶ୍ବର: ଚଳିତ ବର୍ଷ ୫୦୦ ଟ୍ରାଫିକ ପୋଲିସଙ୍କୁ ମିଳିବ ନିଯୁକ୍ତି । ଟ୍ରାଫିକ ସମସ୍ୟା ପାଇଁ ଆଉ ଅଧିକ ୨୦୦୦ ଟ୍ରାଫିକ୍ କର୍ମଚାରୀ ପୋଷ୍ଟ ବାହାରକରାଯିବ । ଖାଲି ସେତିକି ନୁହେଁ ଘରୋଇ ବସ ମାନଙ୍କରେ ମଧ୍ୟ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ସ୍ମାର୍ଟ ମିଟର ଲାଗିବ । ଆଜି ଜାତୀୟ ସଡକ ସୁରକ୍ଷା ଅଭିଯାନର ଶୁଭାରମ୍ଭ କରି କିଛି ଏପରି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଆଜି ଜାତୀୟ ସଡ଼କ ସୁରକ୍ଷା ଅଭିଯାନର ଶୁଭାରମ୍ଭ କରି ସଡକ ସୁରକ୍ଷା ସହ ଟ୍ରାଫିକ ନିୟମ ପାଳନ ନେଇ ସଚେତନ କରିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି, ସଡକ ସୁରକ୍ଷା ମାସର ମୁଖ୍ୟ ବାର୍ତ୍ତା ହେଉଛି ସୁରକ୍ଷିତ ଘରକୁ ଫେରନ୍ତୁ । ଟ୍ରାଫିକ୍ ନିୟମ ପାଳନ ସହ ସୁରକ୍ଷିତ ଭାବେ ଗାଡ଼ି ଚଳାଇବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ବର୍ତ୍ତମାନ ଟ୍ରାଫିକ ସମସ୍ୟା ବୃଦ୍ଧି ହୋଇଥିବା ବେଳେ ଏନେଇ ଆହୁରି ଅଧିକ ଟ୍ରାଫିକ୍ କର୍ମଚାରୀ ନିଯୁକ୍ତ ହେବେ । ଏଥିପାଇଁ ମୋଟ ୨୦୦୦ ପୋଷ୍ଟ ବାହାରିବ । ଚଳିତ ବର୍ଷ ୫୦୦ ଟ୍ରାଫିକ୍ କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏଥିସହିତ ସଡକ ଦୁର୍ଘଟଣା ରୋକିବା ପାଇଁ ଘରୋଇ ବସମାନଙ୍କରେ ସ୍ମାର୍ଟ ଡିଭାଇସ ଲଗାଇବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଘରୋଇ ବସ ମାଲିକଙ୍କୁ ନିଜ ନିଜ ବସରେ ସ୍ମାର୍ଟ ଡିଭାଇସ ଲଗାଇବାକୁ କହିଛନ୍ତି । ଏଥିପାଇଁ ଘରୋଇ ବସ ମାଲିକଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ରାଜ୍ୟ ସରକାରଙ୍କ ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କରାଯାଉଛି । ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ଏହି ରାଜ୍ୟ ସଡକ ସୁରକ୍ଷା ମାସର ଶୁଭ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଅବସରରେ ଲୋୟର ପିଏମ୍ଜିରୁ ରାମ ମନ୍ଦିର ଯାଏଁ ସଚେତନତା ପଦଯାତ୍ରା କରିଥିଲେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ମନ୍ତ୍ରୀ । ଏଥିସହିତ ଓଡ଼ିଶା ଯାତ୍ରୀ ଆପ୍ର ମଧ୍ୟ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।
Comments are closed.