Latest Odisha News

ଧରାପଡ଼ିଲା ୨ ହଜାର ଟଙ୍କିଆ ନୋଟ୍ ବିକ୍ରି କରୁଥିବା ଗ୍ୟାଙ୍ଗ

ଭଦ୍ରକ: ଧରାପଡ଼ିଲା ୨ ହଜାର ଟଙ୍କିଆ ନୋଟ୍ ବିକ୍ରି କରୁଥିବା ଗ୍ୟାଙ୍ଗ । ନବରଙ୍ଗପୁରର ମାଷ୍ଟରମାଇଣ୍ଡ ସମେତ ୩ ଜଣଙ୍କୁ ଗିରଫ କଲା ପୋଲିସ । ବ୍ରାହ୍ମଣୀଗାଁ ପଞ୍ଚାୟତ ବୈକୁଣ୍ଠପୁର ଗାଁରୁ ଧରିଲା ବାସୁଦେବପୁର ପୋଲିସ । ୫୦ ଖଣ୍ଡ ୨ ହଜାର ଟଙ୍କିଆ ନୋଟ୍‌ ସହ ୧ ଲକ୍ଷ ୧୫ ହଜାର ଟଙ୍କା ଜବତ କଲା ପୋଲିସ ।

ସୂଚନା ଅନୁସାରେ, ଦୁଇ ହଜାର ଟଙ୍କା ନୋଟ କାରବାରରେ ବାସୁଦେବପୁର ପୁଲିସ ତିନି ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ନଗଦ ଅର୍ଥ ରାଶି ଜବତ କରିଥିବା ବେଳେ ମାଷ୍ଟରମାଇଣ୍ଡଙ୍କ ଠାରୁ ନକଲି ପ୍ରେସ ଆଇଡି କାର୍ଡ ପୁଲିସ ଜବତ କରିଛି । ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳର ସୁବଳ କୁମାର ଚୌଧୁରୀ ଏକ ନକଲି ପ୍ରେସ ଆଇଡି ଦେଖାଇ ମାର୍କେଟରୁ ପ୍ରତ୍ୟାହୃତ ହୋଇଥିବା ୨୦୦୦ ଟଙ୍କିଆ ନୋଟର କଳା ବଜାରୀ କରୁଥିଲେ। ଗୋଟିଏ ୨୦୦୦ ଟଙ୍କିଆ ନୋଟକୁ ୧୦ ରୁ ୧୫ ହଜାର ଟଙ୍କାରେ ବିକୁଥିଲେ। ଏହି ନୋଟକୁ ପାଖରେ ରଖିଲେ ଶୁଭ ବୋଲି କହୁଥିଲେ ସୁବଳ ଚୌଧୁରୀ।

ଏନେଇ ନାଇକାଣିଡିହ ଥାନା ଅଞ୍ଚଳ କ୍ଷେମପୁର ଗ୍ରାମର ଜଣେ ବ୍ୟକ୍ତି ବାସୁଦେବପୁର ପୁଲିସକୁ ଜଣାଇଥିଲେ । ଖବରପାଇ ବାସୁଦେବପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାଷ୍ଟରମାଇଣ୍ଡଙ୍କ ସମେତ ବେକୁଣ୍ଠପୁର ଗ୍ରାମର ହାକିମଦ୍ଦୁନ ଖାନଙ୍କ ପୁଅ ପତି ଖାନକୁ କାବୁ କରିଥିଲା । ଏହି ସମୟରେ ଏକାବନ ଖଣ୍ଡ ଦୁଇହଜାର ଟଙ୍କିଆ ନୋଟ, ତିରିଶ ଖଣ୍ଡ ପାଞ୍ଚଶହ ଟଙ୍କିଆ ନୋଟ ସମେତ ମୋଟ ଏକଲକ୍ଷ ପନ୍ଦର ହଜାର ଟଙ୍କା ଏବଂ ଏକ ପ୍ରେସ ଆଇ କାର୍ଡ ଜବତ କରିଛି ପୋଲିସ।

Comments are closed.