Latest Odisha News

BREAKING NEWS

ଭାରତରେ ୨୪ ଘଣ୍ଟାରେ ୨ ହଜାରରୁ ଉର୍ଦ୍ଧ୍ବ ମୁଣ୍ଡ ନେଲା କରୋନା, ସାଢ଼େ ୩ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ତାଣ୍ଡବ ରଚୁଛି କରୋନା । ୨୪ ଘଣ୍ଟାରେ ନେଇଛି ସର୍ବାଧିକ ୨୦୦୩ ମୁଣ୍ଡ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି ।

ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫୪୦୬୫ ରେ ପହଞ୍ଚିଥିବା ବେଳେ ୧୧୯୦୩ ଜଣଙ୍କର ମୃତ୍ୟୁ ଘଟିଛି ।

ଭାରତରେ ଏପର୍ଯ୍ୟନ୍ତ ୧୮୬,୯୩୫ ଲୋକ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ପ୍ରଦାନ କରିଛି ।

ଗତ ୨୪ ଘଣ୍ଟାରେ ୧୦,୯୭୪ ଜଣ ବ୍ୟକ୍ତି ନୂଆକରି କରୋନା ଆକ୍ରାନ୍ତ ହୋଇଛନ୍ତି।

କେବଳ ମହାରାଷ୍ଟ୍ରରେ ୫ ହଜାର ଟପିଛି ମୃତ୍ୟୁ ସଂଖ୍ୟା। ଦିଲ୍ଲୀ, ମୁମ୍ବାଇ, ଅହମଦାବାଦ ଓ ଚେନ୍ନାଇ ଭଳି ମହାନଗରରେ ମଧ୍ୟ ସ୍ଥିତି ଉଦବେଗ ଜନକ । ମହାରାଷ୍ଟ୍ରରେ କରୋନା ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ଅଧିକ ସର୍ବାଧିକ ରହିଛି ।

Leave A Reply

Your email address will not be published.