Latest Odisha News

BREAKING NEWS

ଆଗାମୀ ୨ ଦିନ ଯାଏଁ ଚାଲିବ ବିଭାଗୀୟ ବଜେଟ ଖର୍ଚ୍ଚ ଉପରେ ସମୀକ୍ଷା

ଭୁବନେଶ୍ୱର: ବୁଧବାର ଠାରୁ ଆଗାମୀ ଦୁଇ ଦିନ ଯାଇ ଚାଲିବ ବିଭାଗୀୟ ବଜେଟ ଖର୍ଚ୍ଚ ଉପରେ ସମୀକ୍ଷା। ଉନ୍ନୟନ କମିଶନଙ୍କ ଅଧ୍ୟକ୍ଷତାରେ ୧୪ଟି ବିଭାଗର ମୁଖ୍ୟ ଏଥିରେ ସାମିଲ ହେବେ। ଏହି ବିଭାଗ ଗୁଡିକରେ କାଳିଆ, ମମତା ଯୋଜନା ପରି ଅନେକ ରାଜ୍ୟ ସରକାରଙ୍କ ପ୍ରକଳ୍ପ ସାମିଲ ଅଛି। ସେହିପରି କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଓଡ଼ିଶାରେ ଅଗ୍ରଗତିକୁ ଏହି ବୈଠକରେ ପ୍ରାଧାନ୍ୟ ଦିଆଯିବ ବୋଲି ସୂଚନା ମିଳିଛି।

ଆର୍ଥିକ ବର୍ଷ ୨୦୨୦-୨୧ ବର୍ଷ ପାଇଁ ଯେଉଁ ବଜେଟ ମଞ୍ଜୁର ହୋଇଛି, ସେଥିରୁ ଏପ୍ରିଲ ଓ ମେ ମାସରେ କେତେ ରାଜ୍ୟ ସରକାରଙ୍କ ପ୍ରକଳ୍ପ ଆଗେଇଛି, ତାକୁ ନେଇ ଆଲୋଚନା ହେବ ବୋଲି ସୂଚନା ମିଳିଛି। କେଉଁ ପ୍ରକଳ୍ପ ଆଗେଇବ ଓ କାହାକୁ ଆଗେଇବା ପାଇଁ ଅଧିକ ଗୁରୁତ୍ଵ ଦିଆଯିବ, ତାକୁ ନେଇ ପ୍ରସ୍ତୁତ ହେବ ବ୍ଲୁପ୍ରିଣ୍ଟ।

କରୋନା ପାଇଁ କାମ ଧିମେଇଯାଇଛି। ହେଲେ କୌଣସି ପ୍ରକଳ୍ପ କାମ ବନ୍ଦ ହୋଇନି। ଗତ ଆର୍ଥିକ ବର୍ଷର ଏପ୍ରିଲ ଓ ମେ ମାସ ତୁଳନାରେ, ଚଳିତ ବର୍ଷ କମ ରାଜସ୍ୱ ଆଦାୟ ହୋଇଛି। ଏହି ସମୀକ୍ଷା ବୈଠକରୁ ବାହାରିଥିବା ନିଷ୍କର୍ଷ ନେଇ ତିନି ମାସ ପରେ ରାଜସ୍ୱ ବୃଦ୍ଧି ନେଇ ବୈଠକ ବସିବ। ଆଜି ଜଳ ସମ୍ପଦ, ଗ୍ରାମୀଣ ବିକାଶ, ପୂର୍ତ୍ତ, ନଗର ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗର ସମୀକ୍ଷା ହେବ।

Leave A Reply

Your email address will not be published.