Latest Odisha News

BREAKING NEWS

ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍ ଅପହରଣ ମାମଲା, ଟିଏମସି ନେତା ଛତ୍ରଧରଙ୍କୁ ଗିରଫ କଲା NIA

କୋଲକାତା: ୨୦୦୯ ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍ ଅପହରଣ ମାମଲାରେ NIAର କାର୍ଯ୍ୟାନୁଷ୍ଠାନ । ମାମଲାରେ ଏନଆଇଏ ଟିଏମସି ନେତା ଛତ୍ରଧର ମହାତୋକୁ ଗିରଫ କରିଛି । ପଶ୍ଚିମବଙ୍ଗ ଝାରଗ୍ରାମ ଜିଲ୍ଲାର ଲାଲଗଡ଼ ଘରୁ ଏନଆଇଏ ଛତ୍ରଧରଙ୍କୁ ଗିରଫ କରିଛି ।

ପ୍ରାୟ ୧୨ ବର୍ଷ ତଳେ ୨୦୦୯ ମସିହାରେ ଛତ୍ରଧର ଭୁବନେଶ୍ୱରରୁ ଦିଲ୍ଲୀ ଯାଉଥିବା ରାଜଧାନୀ ଏକ୍ସପ୍ରେସକୁ କବଜା କରି ନେଇଥିଲେ । ଟ୍ରେନ୍ ଟ୍ରାକରେ ଲାଲ୍ ପତାକା ପୋତି ରାଜଧାନୀ ଏକ୍ସପ୍ରେସକୁ ପ୍ରାୟ ୫ ଘଣ୍ଟା ଧରି କବଜା କରି ରଖିଥିଲେ । ତାଙ୍କୁ ୟୁଏପିଏ ଆକ୍ଟରେ ଗିରଫ କରାଯାଇଥିବା ବେଳେ ଆଜି କୋଲକାତାର ଏକ କୋର୍ଟରେ ହାଜର କରିବ ଏନଆଇଏ । ଅଧିକ ପଚରାଉଚରା ପାଇଁ ତାଙ୍କୁ ରିମାଣ୍ଡରେ ନେଇପାରେ ।

୨୦୦୯ରେ ଛତ୍ରଧର ମହତୋ ଏବଂ ତାଙ୍କ ସହଯୋଗୀ ଗୁଳିଚାଳନା କରି ରାଜଧାନୀ ଏକ୍ସପ୍ରେସକୁ ଅପହରଣ କରିବାକୁ ଉଦ୍ୟମ କରିଥିଲେ । ପୂର୍ବରୁ ମଧ୍ୟ ମହତୋ ଅନେକ ଘଟଣାରେ ଗିରଫ ହୋଇ ଜେଲ୍ ଯାଇଥିଲେ । ମମତା ବାନାର୍ଜୀଙ୍କ ଘନିଷ୍ଠ ଛତ୍ରଧର ମହତୋ । ଦିଦିଙ୍କ ନିର୍ବାଚନ କୋର୍ କମିଟିର ସଦସ୍ୟ ଅଛନ୍ତି । ପଶ୍ଚିମବଙ୍ଗରେ ଏବେ ବିଧାନସଭା ନିର୍ବାଚନ ମାହୋଲ ସରଗରମ ଥିବା ବେଳେ ଛତ୍ରଧରଙ୍କ ଗିରଫକୁ ନେଇ ଚର୍ଚ୍ଚା ।

Leave A Reply

Your email address will not be published.