Latest Odisha News

କର ବା ମର ମ୍ୟାଚରେ ମୁହାଁମୁହିଁ ହେବେ ଇଣ୍ଡିଆ-ଇଂଲଣ୍ଡ, ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ କରିବେ କୋହଲି

ପୁନେ: ଭାରତ-ଇଂଲଣ୍ଡ ମଧ୍ୟରେ ଆଜି ଖେଳାଯିବ ନିର୍ଣ୍ଣାୟକ ଦିନିକିଆ । ପୁନେରେ ଏହି ମ୍ୟାଚ୍ ଖେଳାଯିବ । ଯିଏ ଜିତିବ ସିଏ ହେବ ସିରିଜ ବିଜେତା । ଉଭୟ ଦଳ ଗୋଟିଏ ଗୋଟଏ ମ୍ୟାଚ୍ ଜିତିଥିବାରୁ ଆଜି ଟକ୍କର ଜୋରଦାର ହେବ ବୋଲି ଆଶା କରାଯାଉଛି । ଦ୍ୱିତୀୟ ଦିନିକିଆରେ ଇଂଲିଶ ବାହିନୀ ବିଶାଳ ସ୍କୋରକୁ ଚେଜ୍ କରିଥିଲା । ଛକ୍କା ବର୍ଷା କରିଥିଲେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ । ଫେଲ୍ ମାରିଥିଲା ଦଳର ବୋଲିଂ ।

ଆଜି ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ ସହ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିବେ କୁଳଦୀପ ଯାଦବ । ଦୁଇଟି ମ୍ୟାଚରେ ତାଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ଅଧିକ ରନ୍ ଖର୍ଚ୍ଚ କରିଥିଲେ । ତାଙ୍କ ସ୍ଥାନରେ ଯୁଜବେନ୍ଦର ଚହଲ ଖେଳିପାରନ୍ତି । ସେହିପରି କ୍ରୁନାଲ୍ୟ ପାଣ୍ୟାଙ୍କ ସ୍ଥାନରେ ଓ୍ୱାଶିଂଟନ ସୁନ୍ଦରଙ୍କୁ ମିଳିପାରେ ସୁଯୋଗ ।

ରୋହିତ ଶର୍ମା ଓ ଶିଖର ଧଓ୍ୱନ ଇନିଂସ ଓପନ୍ କରିବେ । ଯଦିଓ ଦୁହେଁ ଏଯାଏ ବଡ଼ ପାର୍ଟନରସିପ୍ କରି ନାହାନ୍ତି । ତେବେ ଟିମ୍ ଇଣ୍ଡିଆର ମିଡିଲ ଅର୍ଡର ଭଲ ଖେଳ ଦେଖାଇଛି । ବିରାଟ କୋହଲି, ଲୋକେଶ ରାହୁଲ ସେମାନଙ୍କ ଜଲଓ୍ୱା ଦେଖାଇଛନ୍ତି । ବିନା ଶ୍ରେୟସ ଆୟାରରେ ମଧ୍ୟକ୍ରମରେ ବିଶେଷ କରି ପ୍ରଭାବ ପଡିନି ।

ଶ୍ରେୟସଙ୍କ ସ୍ଥାନରେ ରିଷଭ ପନ୍ଥ ଶେଷ ମ୍ୟାଚରେ ଦ୍ରୁତ ଓ ବିସ୍ଫୋରକ ଇନିଂସ ଖେଳିଥିଲେ । ୪୦ବଲରୁ ୭୭ ରନ୍ ହାସଲ କରିଥିଲେ ପନ୍ଥ । ଅଲରାଉଣ୍ଡର ଭାବରେ ହାର୍ଦ୍ଦିକ ପାଣ୍ଡ୍ୟା ଦଳରେ ଅଛନ୍ତି । କିନ୍ତୁ ସେ ବୋଲିଂ କରି ନାହାନ୍ତି । ତାଙ୍କ ସ୍ଥାନରେ କାହାକୁ ଅତିରିକ୍ତ ବୋଲର ଭାବରେ ସୁଯୋଗ ମିଳିପାରେ ବୋଲି କୁହାଯାଉଛି ।

ଭୁବନେଶ୍ୱର କୁମାର, ପ୍ରସିଦ୍ଧି କୃଷ୍ଣା ଓ ସାର୍ଦ୍ଦୁଲ ଠାକରଙ୍କ କାନ୍ଧରେ ରହିଛି ସ୍ପିଡ୍ ବୋଲିଂ ଦାୟିତ୍ୱ । ସେମାନେ ଭଲ ବୋଲିଂ କରିଥିଲେ ବି ପାଓ୍ୱାର ପ୍ଲେରେ ଦଳକୁ ସଫଳତା ଦେବାରେ ଫେଲ୍ ମାରିଥିଲେ । ଏଭଳି ସ୍ଥିତିରେ ଆଜି ଟି. ନଟରାଜନଙ୍କୁ ମୌକା ମିଳିପାରେ ।

ସେହିପରି ପ୍ରଥମ ମ୍ୟାତ ହାରିଥିବା ଇଂଲଣ୍ଡ ଦ୍ୱିତୀୟ ଦିନିକିଆରେ ଭାରତ ହାତରୁ ମ୍ୟାଚ ଛଡ଼ାଇ ନେଇଥଲା । ଭାରତୀୟ ବୋଲରଙ୍କୁ ନିର୍ଧୁମ ପ୍ରହାର କରିଥିଲେ ଇଂଲିଶ ବାହିନୀ । ଆଜି ମ୍ୟାଚି ଜିତି ସିରିଜ କବଜା ସହ ଟେଷ୍ଟ ଓ ଟି-ଟ୍ୱେଣ୍ଟି ସିରିଜ ପରାଜୟର ବଦଲା ଲକ୍ଷ୍ୟରେ ରହିବ ଇଂଲଣ୍ଡ ।
ସମ୍ଭାବ୍ୟ ଭାରତୀୟ ଦଳ
ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧଓ୍ୱନ, ଲୋକେଶ ରାହୁଲ, ରିଷଭ ପନ୍ଥ, ହାର୍ଦ୍ଦିକ ପାଣ୍ଡ୍ୟା/ଟି. ନଟରାଜନ, ସାର୍ଦ୍ଦୁଲ ଠାକୁର, ଭୁବନେଶ୍ୱର କୁମାର, ଓ୍ୱାଶିଂଟନ ସୁନ୍ଦର, ପ୍ରସିଦ୍ଧି କୃଷ୍ଣା, କୁଳଦୀପ ଯାଦବ/ଯୁଜବେନ୍ଦର ଚହଲ

Leave A Reply

Your email address will not be published.