Latest Odisha News

BREAKING NEWS

୨୦୧୭ ନିର୍ବାଚନୀ ହିଂସା ମାମଲା, ୪ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ଢେଙ୍କାନାଳ: ୨୦୧୭ ନିର୍ବାଚନୀ ହିଂସା ମାମଲାରେ ଗିରଫ ୪ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ । ୪ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଦୌରାଜଜ । ୨୦୧୭ ପଞ୍ଚାୟତ ନିର୍ବାଚନ ବେଳେ ଗଁନ୍ଦିଆ ଥାନା ବାରଦାପାଟଣାରେ ହତ୍ୟା ହୋଇଥିଲା । ଏକ ନିର୍ଦ୍ଦିଷ୍ଟ ଦଳର କର୍ମୀଙ୍କୁ ପିଟିପିଟି ମାରି ଦେଇଥିଲେ ୪ ଏହି ୪ ଅଭିଯୁକ୍ତ ।

ସୂଚନା ଅନୁସାରେ, ୨୦୧୭ ପଞ୍ଚାୟତ ନିର୍ବାଚନ ବେଳେ ଗଁନ୍ଦିଆ ଥାନା ବାରଦାପାଟଣା ଗାଁର ମାୟାଧର ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ରାଜନୈତୀକ ଶତୃତା କାରଣରୁ ହତ୍ୟା କରାଯାଇଥିଲା । ଉକ୍ତ ଘଟଣାରେ ସେହି ଗ୍ରାମର ଲଳିତ ଦାସ, ରଞ୍ଜନ କୁମାର ବେହେରା, ମଙ୍ଗରାଜ ବେହେରା, ଅମ୍ବୁଜ ଦାଶଙ୍କୁ ଗିରଫ କରିଥିଲା ପୋଲିସ । ଉକ୍ତ ମାମଲାରେ ଅତିରିକ୍ତ ଦୌରାଜଜ୍ ଆଜି ୪ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇବା ସହ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି । ଜରିମାନା ଅନାଦେୟ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି କହିଛନ୍ତି ମାନ୍ୟବର କୋର୍ଡ ।

Comments are closed.