Latest Odisha News

BREAKING NEWS

ଜଟିଳତା ମଧ୍ୟରେ ଓଡ଼ିଶାରେ ୨୦୧୯ ନିର୍ବାଚନ: ବିଜୟ ମହାପାତ୍ର

ଭୁବନେଶ୍ୱର: ବିଜେପିରୁ ଇସ୍ତଫା ଦେବାର ଦୀର୍ଘ ତିନିମାସ ପରେ ବରିଷ୍ଠ ନେତା ବିଜୟ ମହାପାତ୍ର ରବିବାର ଦିନ କହିଛନ୍ତି, ବଡ଼ ଜଟିଳତା ମଧ୍ୟରେ ଓଡ଼ିଶାରେ ୨୦୧୯ ନିର୍ବାଚନ ଅନୁଷ୍ଠିତ ହେବ ।

“ଏଭଳି ନିର୍ବାଚନ ଓଡ଼ିଶାର ଜନସାଧାରଣ ପୂର୍ବରୁ କେବେବି ଦେଖି ନଥିବେ” ବୋଲି କହିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର ।

ତାଙ୍କର ଆଗାମୀ ରାଜନୈତିକ ପଦକ୍ଷେପ କ’ଣ ହେବ ବୋଲି ଏକ ପ୍ରଶ୍ନର ଉତ୍ତର ଦେଇ ବିଜୟ କହିଛନ୍ତି, ମୁଁ ମୋ ନିକଟତମ ବନ୍ଧୁ ତଥା ଶୁଭେଚ୍ଛୁମାନଙ୍କ ସହିତ ଯୋଗାଯୋଗରେ ରହିଛି ଏବଂ ସେମାନଙ୍କ ପରାମର୍ଶ ନେଇ ଏସମ୍ପର୍କରେ ଯାହା କିଛି ନିଷ୍ପତ୍ତି ଗ୍ରହଣ କରିବି ବୋଲି କହିଛନ୍ତି ଶ୍ରୀ ମହାପାତ୍ର ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେଡ଼ି ପକ୍ଷରୁ ତାଙ୍କୁ ସେପରି କିଛି ପ୍ରସ୍ତାବ ଏଯାଏଁ ଆସିନଥିବା ବେଳେ ସେ ବ୍ୟକ୍ତିଗତ ଭାବେ ସେ କିଛି ବିଜେପି ନେତାଙ୍କ ଯୋଗାଯୋଗରେ ରହିଛନ୍ତି ।

ତାଙ୍କର ରାଜନୈତିକ ବନ୍ଧୁ ଦିଲିପ ରାୟ ୧୭ ବର୍ଷ ପରେ ବିଜୁ ଜନତା ଦଳରେ ଯୋଗଦାନ କରିବା ସମ୍ପର୍କରେ ସେ କହିଛନ୍ତି, “ନିଷ୍ପତ୍ତି ନେବାକୁ ସମସ୍ତଙ୍କର ଅଧିକାର ରହିଛି ।”

ଏଠାରେ ଉଲ୍ଲେଖଯୋଗ୍ୟ, ଦିଲିପ ଓ ବିଜୟ ଗତବର୍ଷ ନଭେମ୍ବର ୩୦ରେ ବିଜେପିରୁ ଇସ୍ତଫା ଦେଇଥିଲେ ।

Comments are closed.