Latest Odisha News

BREAKING NEWS

ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଦେହାନ୍ତ

ପାନାଜୀ: ଗୋଆ ମୁଖ୍ୟମନ୍ତ୍ରୀ ତଥା ଭାରତର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କର ରବିବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ଧରି ପାକସ୍ଥଳୀ ଜନୀତ ରୋଗରେ ପୀଡ଼ିତ ହୋଇଥିବା ସହିତ ଅସୁସ୍ଥ ରହିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା ।

ଦୀର୍ଘ ଦିନଧରି ପୀଡ଼ିତ ଥିବା ଯୋଗୁଁ ଶନିବାର ଦିନ ତାଙ୍କର ଶାରୀରିକ ଅବସ୍ଥା ସଙ୍କଟାପନ୍ନ ଅବସ୍ଥା ଦେଇ ଗତି କରିଥିଲା । ଗତବର୍ଷ ଫେବୃଆରୀ ମାସଠାରୁ ସ୍ୱର୍ଗତଃ ପାରିକର ନ୍ୟୁୟର୍କ, ମୁମ୍ବାଇ, ଗୋଆ ଏବଂ ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିଲେ ।

ସ୍ୱଗତଃ ପାରିକର ଗୋଆରେ ୪ଥର ଲାଗି ମୁଖ୍ୟମନ୍ତ୍ରୀ ରହିଥିବା ସହିତ ଭାରତର ପ୍ରତିରକ୍ଷା ମନ୍ତ୍ରୀ ଭାବେ ସୂଚାରୁରୁପେ ଦାୟିତ୍ୱ ନିର୍ବାହ କରିଥିଲେ ।

Leave A Reply

Your email address will not be published.