୨୦୨୦ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଇତିହାସରେ ସବୁଠାରୁ ମହଙ୍ଗା ନିର୍ବାଚନ ହେବ; ଦ ସେଣ୍ଟର ଫର୍ ରେସ୍ପନ୍ସିଭ୍ ପଲିଟିକ୍ସ
ନୂଆଦିଲ୍ଲୀ: ୨୦୨୦ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଇତିହାସରେ ସବୁଠାରୁ ମହଙ୍ଗା ହେବ ବୋଲି ଅନୁମାନ କରାଯାଉଛି। ଗତ ରାଷ୍ଟ୍ରପତି ନିର୍ବାଚନ ତୁଳନାରେ ଏହା ଦୁଇ ଗୁଣ ମହଙ୍ଗା। ଏକ ଅନୁସନ୍ଧାନ ଗୋଷ୍ଠୀର ଆକଳନ ଅନୁଯାୟୀ ଏହି ନିର୍ବାଚନର ମୋଟ ମୂଲ୍ୟ ୧୪ ବିଲିୟନ ଆମେରିକୀୟ ଡଲାରକୁ ଯାଇପାରେ।
ଦ ସେଣ୍ଟର ଫର୍ ରେସ୍ପନ୍ସିଭ୍ ପଲିଟିକ୍ସ କହିବା ମୁତାବକ ୨୦୨୦ ରାଷ୍ଟ୍ରପତି ନିର୍ବାଚନର ମୋଟ ମୂଲ୍ୟ ୧୪ ବିଲିୟନ ଡ଼ଲାର ହେବ ଏବଂ ସମସ୍ତ ରେକର୍ଡ ଅତିକ୍ରମ କରିବ। ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ ଇତିହାସର ପ୍ରଥମ ପ୍ରାର୍ଥୀ ହେବେ ଯାହାକି ଦାତାମାନଙ୍କଠାରୁ ୧ ବିଲିୟନ ଡଲାର ପାଇବେ। ଅକ୍ଟୋବର ୧୪ ପର୍ଯ୍ୟନ୍ତ ହୋଇଥିବା ଜୋ ବିଡେନ୍ଙ୍କ ନିର୍ବାଚନୀ ଅଭିଯାନ ୯୩୮ ମିଲିୟନ ଡ଼ଲାର୍ ସଂଗ୍ରହ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଯାହା ଡେମୋକ୍ରାଟ୍ସଙ୍କ ଆତ୍ମବିଶ୍ୱାସକୁ ଆହୁରି ମଜଭୁତ୍ କରିପାରିଛି। ଏଥି ସହିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପର୍ଯ୍ୟନ୍ତ ୫୯୬ ମିଲିୟନ ଡଲାର ସଂଗ୍ରହ କରିବାରେ ସଫଳ ହୋଇଛନ୍ତି।
Comments are closed.