Latest Odisha News

BREAKING NEWS

ଦୀପାବଳି ପରେ ରାଜ୍ୟରେ ଖୋଲିବ କି ସ୍କୁଲ !

ଭୁବନେଶ୍ୱର: ଦିପାବଳୀ ପରେ ରାଜ୍ୟରେ ସ୍କୁଲ ଖୋଲିବ କି ନାହିଁ, ତାକୁ ନେଇ ସସପେନ୍ସ ଲାଗି ରହିଛି । ଏନେଇ ସରକାର ବିଚାରବିମର୍ଶ ଚଳାଇଛନ୍ତି । କୌଣସି ନିଷ୍କର୍ଷ ହୋଇ ନାହିଁ । ପୂର୍ବରୁ ମୁଖ୍ୟମନ୍ତ୍ରୀ ପୂଜା ଛୁଟି ଯାଏ ସ୍କୁଲ ବନ୍ଦ ରହିବା ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।

ତେବେ କେବେ ଖୋଲିବ ସ୍କୁଲ, ସେନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଚାମବିମର୍ଶ ଜାରି ରହିଛି । ଅଭିଭାବକ, ସ୍କୁଲ କର୍ତ୍ତୃପକ୍ଷ ଓ ଶିକ୍ଷାବିତଙ୍କ ସହ ଆଲୋଚନା ଚାଲିଛି ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଖୁବଶୀଘ୍ର କିଛି ନିଷ୍ପତ୍ତି ହେବା ନେଇ ଆଶା କରାଯାଉଛି ।

କରୋନାକୁ ଦୃଷ୍ଟିରେ ରଖି ରାଜ୍ୟରେ ମାର୍ଚ୍ଚ ମାସରୁ ସ୍କୁଲ, କଲେଜ ବନ୍ଦ ରହିଛି । ଏବେ ଦୈନିକ ସଂକ୍ରମଣ ହ୍ରାସ ପାଉଥିବା ବେଳେ ସ୍କୁଲ କେବେ ଖୋଲିବ ତାକୁ ଅପେକ୍ଷା ରହିଛି । ଏବେ ଅନଲାଇରେ ଚାଲିଛି ପାଠପଢ଼ା । ଦୀପାବଳି ପରେ ସ୍କୁଲ ଖୋଲିବ କି ନାହିଁ ତାପରେ ରହିଛି ସମସ୍ତଙ୍କର ନଜର ।

Leave A Reply

Your email address will not be published.