Latest Odisha News

BREAKING NEWS

Sentenced to jail: ୨୦୨୧ ବାଲିପାଟଣା ନାବାଳିକା ଦୁଷ୍କର୍ମ ମାମଲା; ଦୁଷ୍କର୍ମକାରୀକୁ ୨୦ବର୍ଷ ଜେଲ୍

ଭୁବନେଶ୍ବର:୨୦୨୧ ବାଲିପାଟଣା ନାବାଳିକା ଦୁଷ୍କର୍ମ ମାମଲାରେ ଚୁଡାନ୍ତ ଶୁଣାଣି ହୋଇଛି । ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଦିଆଯାଇଛି । ଆଡ଼ିସିନାଲ ସେସନ୍ସ ଜଜ-୧ ଅଭିଯୁକ୍ତ ସାହାଜାନ ଖାଁ ଓରଫ ସନିଆକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ କରିଛନ୍ତି ।

୨୦୨୧ ମସିହାରେ ବାଲିପାଟଣା ଥାନା ଅଞ୍ଚଳରେ ନାବାଳିକା ଦୁଷ୍କର୍ମ ନେଇ ଅଭିଯୋଗ ହୋଇଥିଲା । କେସ ନମ୍ବର ୧୧/୨୦୨୧ରେ ମାମଲା ରୁଜୁ ହୋଇଥିଲା।

ପୁଷ୍ପାଲତା ରାଉତରାୟ ଓ ରାକେଶ କୁମାର ସାମଲ ତଦନ୍ତକାରୀ ଅଧିକାରୀ ଭାବେ କୋର୍ଟରେ ସମସ୍ତ ତଥ୍ୟ ପ୍ରମାଣ ଦାଖଲ କରିଥିଲେ। ପୀଡିତାଙ୍କ ବୟାନ,ସାକ୍ଷୀଙ୍କ ସାକ୍ଷ୍ୟ ଆଧାରରେ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।

ସୂଚନାଥାଉକି, ସରକାରୀ ଆଜନଜୀବୀ ଭାବେ ସ୍ପେଶାଲ ପିପି ରାଜୀବ ସାମଲ, ଅତିରିକ୍ତ ପିପି ବଳରାମ ଦେଓ କେସ୍ ପରିଚାଳନା କରିଥିଲେ।

Comments are closed.