Latest Odisha News

BREAKING NEWS

୨୦୨୩ ଏସିଆ କପ ପାକିସ୍ତାନରେ ହୋଇପାରେ

ନୂଆଦିଲ୍ଲୀ: ୨୦୨୩ ଏସିଆ କପ କ୍ରିକେଟ ପାକିସ୍ତାନରେ ହୋଇପାରେ । ଗୁରୁବାର କ୍ରିକଇନଫୋରେ ପ୍ରକାଶିତ ରିପୋର୍ଟ ଅନୁସାରେ ବିସିସିଆଇ ଓ ପିସିବି ଏଥିନେଇ ଆଲୋଚନା କରିଛନ୍ତି । ଏସିଆ କପ ଆୟୋଜନ ଅଧିକାର ପାକିସ୍ତାନ ପାଖରେ ରହିଛି । ୟୁଏଇ, ଓମାନ, ଶ୍ରୀଲଙ୍କା ଓ ଇଂଲଣ୍ଡରେ ଭାରତ ମ୍ୟାଚ ଆୟୋଜନ କରାଯାଇପାରେ । ଏଥିନେଇ ଗୋଟିଏ କଥା ସ୍ପଷ୍ଟ ହୋଇଛି ପାକିସ୍ତାନରେ ଭାରତ କୌଣସି ମ୍ୟାଚ ଖେଳିବ ନାହିଁ । ୬ ଦେଶୀୟ ଏସିଆକପରେ ଭାରତ ଏବଂ ପାକିସ୍ତାନ ଗୋଟିଏ ଗ୍ରୁପରେ ରହିଛନ୍ତି । ଏହି ଗ୍ରୁପରେ ଆଉ ଏକ କ୍ୱାଲିଫାୟର ଟିମ ରହିବ । ସେହିପରି ଅନ୍ୟ ଗ୍ରୁପରେ ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ରହିଛନ୍ତି ।

୧୩ ଦିନରେ ୧୩ଟି ମ୍ୟାଚ ଖେଳାଯିବ ବୋଲି ସ୍ଥିର ହୋଇଛି । ପ୍ରତ୍ୟେକ ଗ୍ରୁପର ୨ଟି ଟିମ ସୁପର ୪ରେ ପ୍ରବେଶ କରିବ । ଏଥିରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୨ଟି ଟିମ ଫାଇନାଲରେ ପ୍ରବେଶ କରିବ । ଏ ନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନ ଥିବାରୁ ଏଥିପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ । ସମସ୍ତ ମ୍ୟାଚ ବାହାରେ ଆୟୋଜିତ ହେଲେ ପାକିସ୍ତାନ ବୋର୍ଡର କ୍ଷତି ହେଉଥିବାରୁ ସେ ଏହାର ସମାଧାନ ପାଇଁ ବିସିସିଆଇକୁ ନିବେଦନ କରିଛି ।

Leave A Reply

Your email address will not be published.