Latest Odisha News

BREAKING NEWS

ରାହୁଲ ଗାନ୍ଧୀଙ୍କ ସହ ଅଛି ଓଡ଼ିଶା କଂଗ୍ରେସ: ଶରତ ପଟ୍ଟନାୟକ

ଭୁବନେଶ୍ୱର: ନରେନ୍ଦ୍ର ମୋଦି ସରକାର ବ୍ୟକ୍ତିର ବାକ୍ ସ୍ୱାଧୀନତା ଉପରେ ସଂପୂର୍ଣ୍ଣରୂପେ ରୋକ ଲଗାଇବା ପାଇଁ ଆଜିକୁ ୮ବର୍ଷ ହେଲା କାର୍ଯ୍ୟ କରୁଛି । ଏକଛତ୍ର ବାଦ ଶାସନ ବ୍ୟବସ୍ଥାକୁ ଆପଣାଇବା ନରେନ୍ଦ୍ର ମୋଦି ଏବଂ ତାଙ୍କ ସରକାର ଚେଷ୍ଟା ଚଳାଇଛନ୍ତି । ସତ୍ୟ ଓ ଅହିଂସାର ମାର୍ଗ ରାହୁଲ ଗାନ୍ଧୀଙ୍କର ମାର୍ଗ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ଭାରତ ବର୍ଷର ସ୍ୱାର୍ଥକୁ ରକ୍ଷା କରିବା ଏବଂ ଭାରତ ବର୍ଷର ଜନଗଣଙ୍କର ସ୍ୱାର୍ଥ ରକ୍ଷା କରିବା ପାଇଁ ପ୍ରତ୍ୟେକ ସ୍ତରରେ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳ ଲଢ଼େଇ କରିବ । ଓଡ଼ିଶାର ସମସ୍ତ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ରାହୁଲ ଗାନ୍ଧୀଙ୍କ ସହିତ ପାଦକୁ ପାଦ ମିଳାଇ ଚାଲିବାର ବଜ୍ର ଶପଥ ନେଇଛି । କୌଣସି ପରିସ୍ଥିତିରେ ବି ରାହୁଲ ଗାନ୍ଧୀ ଦେଶ ବିରୋଧି ଶକ୍ତିଙ୍କ ସାମନାରେ ମୁଣ୍ଡ ନୁଆଁଇବେ ନାହିଁ ବୋଲି ମାଷ୍ଟରକ୍ୟାଣ୍ଟିନ ଛକଠାରେ ଏକ ପ୍ରତିବାଦ ସଭାରେ ଶରତ ପଟ୍ଟନାୟକ କହିଛନ୍ତି ।

ପ୍ରତିବାଦ ସଭାରେ ପୂର୍ବତନ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ, ସୁରେଶ କୁମାର ରାଉତରାୟ, ଦାସରଥି ଗମାଙ୍ଗ, ଜଗନ୍ନାଥ ପଟ୍ଟନାୟକ, ଶିବାନନ୍ଦ ରାୟ, ଗଣେଶ୍ୱର ବେହେରା, ଶୁଭେନ୍ଦୁ ମହାନ୍ତି, ଲଲାଟେନ୍ଦୁ ମହାପାତ୍ର, ଯୁଧିଷ୍ଠିର ଜେନା, ମନୋରଞ୍ଜନ ଦାଶ, ସୁରେଶ ମହାପାତ୍ର, ଚିନ୍ମୟ ପ୍ରସାଦ ବେଉରା, କିଶୋର ଜେନା, ମାନସ ଆଚାର୍ଯ୍ୟ, ଜିଆଉଲ ହକ୍‌, ପ୍ରକାଶ ଜେନା, ୟାସିର ନୱାଜ, ରାଜୀବ ପଟ୍ଟନାୟକ ପ୍ରମୁଖ ବିକ୍ଷୋଭ  ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.