Latest Odisha News

୨୦୨୩ ଦିନିକିଆ ବିଶ୍ୱକପ: ଭାରତ ହାତରୁ ଖସିଯିବ କି ଆୟୋଜକ ଅଧିକାର !

ନୂଆଦିଲ୍ଲୀ: ୨୦୨୩ ଦିନିକିଆ ବିଶ୍ୱକପ କ୍ରିକେଟ ଭାରତରେ ଆୟୋଜନ ହେବ । ବିସିସିଆଇ ଓ ସରକାର ମଧ୍ୟରେ ଚାଲିଥିବା ଟ୍ୟାକ୍ସ ବିବାଦ ଯୋଗୁ ଭାରତ ହାତରୁ ଆୟୋଜନ ଅଧିକାର ଖସିଯାଇପାରେ । ଆଇସିସି ସ୍ପଷ୍ଟ ଭାବେ ବିସିସିଆଇକୁ ଏହି ବିବାଦର ସମାଧାନ କରିବା ପାଇଁ ଜଣାଇବା ପରେ ଉପରୋକ୍ତ ଆଶଙ୍କା ସୃଷ୍ଟି ହୋଇଛି । ଯଦି ଆୟୋଜନ ଅଧିକାର ଭାରତ ହାତରୁ ପଳାଇଯିବ ତାହାହେଲେ ୯୦୦ କୋଟିର କ୍ଷତି ସହିବାକୁ ପଡିବ । ଅପରପକ୍ଷରେ ପାକିସ୍ତାନ ବାରମ୍ବାର ବିରୋଧରେ ଆଇସିସି ନିକଟରେ ଅଭିଯୋଗ କରିବାରେ ଲାଗିଛି । ୨୦୧୬ ପରଠାରୁ ଭାରତରେ ବିଶ୍ୱକପ ଆୟୋଜନ ହୋଇ ନାହିଁ । ଆଇସିସି ପଲିସି ମୁତାବକ ଯଦି କୌଣସି ଦେଶରେ ବିଶ୍ୱକପ ପରି ଟୁର୍ଣ୍ଣାମେଂଟ ଆୟୋଜିତ ହୁଏ ତାହାହେଲେ ସରକାରଙ୍କ ସହ ଆଲୋଚନା କରି କିଛି ମାତ୍ରାରେ ଟ୍ୟାକ୍ସ ଛାଡ କରାଯାଇଥାଏ ।

୨୦୧୬ ବିଶ୍ୱକପରେ ଭାରତ ସରକାର ଓ ବିସିସିଆଇ ମଧ୍ୟରେ ବିବାଦ ନ ଛିଡିବାରୁ ବୋର୍ଡକୁ ଶେଷରେ ନିଜ ଶେୟାରରୁ ଆଇସିସିକୁ ୧୯୦ କୋଟି ଟଙ୍କା ଦେବାକୁ ପଡିଥିଲା । ସେହିପରି ଭାରତ ଏସିଆ କପ ଖେଳିବା ପାଇଁ ପାକିସ୍ତାନ ଯିବାକୁ ରାଜି ହୋଇ ନ ଥିଲା । ଏବେ ଭାରତରେ ବିଶ୍ୱକପ ଖେଳିବା ନେଇ ପାକିସ୍ତାନ ଅମଙ୍ଗ ହେଉଛି । ଯାହାକି ଆଇସିସି ଓ ବିସିସିଆଇ ମୁଣ୍ଡବ୍ୟାଥାର କାରଣ ସାଜିଛି । ତେବେ ଖୁବ ଶୀଘ୍ର ଭାରତ ସରକାର ଏବଂ ବିସିସିଆଇ ମଧ୍ୟରେଏହି ବିବାଦର ସମାଧାନ କରାଯିବ ବୋଲି ପ୍ରଶଂସକମାନେ ଆଶା ବ୍ୟକ୍ତ କରିଛନ୍ତି ।

Comments are closed.