Latest Odisha News

ଓଡିଶା ବିଧାନସଭାରେ ଆଗୁଆ ବିଜେପି, ବାଜି ପଲାଟାଇ ପାରିବ ତ ବିଜେଡି?

ଭୁବନେଶ୍ବର: ଓଡିଶା ବିଧାନସଭାରେ ହଇଚଇ । ପ୍ରାଥମିକ ପର୍ଯ୍ୟାୟରେ ଲିଡ୍ କରୁଛି ମୋଦୀ ମ୍ୟାଜିକ । ଏଯାବତ ହାତେଇଲାଣି ୬୦ ଆସନ । ସେପଟେ ବିଜେଡି ଏପର୍ଯ୍ୟନ୍ତ ୩୭ ଟି ଆସନ ଗ୍ରହଣ କରିଛନ୍ତି । ଏଥି ସହିତ କଂଗ୍ରେସ ୧୦ ଟି ଆସନ ଗ୍ରହଣ କରିଛି । ଯାହା ଏବେ ୨୫ ବର୍ଷର ସରକାରକୁ ଦୋହଲାଇ ପାରେ ବୋଲି ଚର୍ଚ୍ଚା ହେଉଛି ।

ଏପର୍ଯ୍ୟନ୍ତ କିଏ କେଉଁଠୁ ଆଗୁଆ?…..

ଓଡିଶା ବିଧାନସଭାରେ ବିଜେପିର ଆସନ:

ଭୁବନେଶ୍ବର ଏକାମ୍ରରେ ବିଜେପି ପ୍ରାର୍ଥୀ ବାବୁ ସିଂ ଆଗୁଆ, ବ୍ରଜରାଜନଗରରେ ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ ଆଗୁଆ, ପୁରୀ ବିଧାନସଭାରୁ ବିଜେପି ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ ଆଗୁଆ, ଖୋର୍ଦ୍ଧା ବିଧାନସଭାରେ ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଆଗୁଆ, ବ୍ରହ୍ମଗିରି ବିଧାନସଭାରେ ବିଜେପି ପ୍ରାର୍ଥୀ ଉପାସନା ମହାପାତ୍ର ଆଗୁଆ, ରାଉରକେଲା ବିଧାନସଭାରେ ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାୟ ଆଗୁଆ, ନିମାପଡାରେ ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡ଼ା ଆଗୁଆ, ସତ୍ୟବାଦୀରେ ବିଜେପି ପ୍ରାର୍ଥୀ ଓମପ୍ରକାଶ ମିଶ୍ର, ଚିଲିକାରେ ବିଜେପି ପ୍ରାର୍ଥୀ ପୃଥ୍ବୀରାଜ ହରିଚନ୍ଦନ ଆଗୁଆ ରହିଛନ୍ତି ।

ଓଡିଶା ବିଧାନସଭାରେ ବିଜେଡି ଆସନ:

ଝାରସୁଗୁଡା ବିଜେଡି ପ୍ରାର୍ଥୀ ଦୀପାଳି ଦାସ, ବାଙ୍କୀ ବିଜେଡି ପ୍ରାର୍ଥୀ ଦେବୀରଞ୍ଜନ ତ୍ରିପାଠୀ, ବଡ଼ମ୍ବାରେ ବିଜେଡି ପ୍ରାର୍ଥୀ ଦେବୀ ମିଶ୍ର ପଛୁଆ, କେନ୍ଦ୍ରାପଡା ବିଜେଡି ପ୍ରାର୍ଥୀ ଗଣେଶ୍ବର ବେହେରା, ନବରଙ୍ଗପୁରରେ ବିଜେଡି ପ୍ରାର୍ଥୀ ପ୍ରଦୀପ ମାଝୀ ଆଗୁଆ ରହିଛନ୍ତି ।

ଓଡିଶା ବିଧାନସଭାରେ କଂଗ୍ରେସ ଆସନ:

ଭୋଗରାଇ କଂଗ୍ରେସ ପ୍ରାର୍ଥୀ ସତ୍ୟଶିବ ଦାସ, ଆନନ୍ଦପୁରରେ କଂଗ୍ରେସ ପ୍ରାର୍ଥୀ ଜୟଦେବ ଜେନା ଆଗୁଆ ରହିଛନ୍ତି ।

Leave A Reply

Your email address will not be published.