Latest Odisha News

BREAKING NEWS

ଓଡିଶା ବିଧାନସଭାରେ ଟ୍ରେଣ୍ଡରେ ବିଜେପି,ଓଡ଼ିଶାରେ ବଦଳିପାରେ ସମୀକରଣ !

ଭୁବନେଶ୍ବର: ୨୨୦୨୪ ସାଧାରଣ ନିର୍ବାଚନ ପାଇଁ ଚାଲିଛି ଭୋଟ୍‌ ଗଣତି  । ତେବେ ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ବିଜେପି ଆଗକୁ ଆଗକୁ ମାଡ଼ି ଚାଲିଛି । ସିଟ ସଂଖ୍ୟା ତୁଳନାରେ ବିଜେଡି ବହୁ ପଛରେ ଚାଲିଛି ।

ଏପର୍ଯ୍ୟନ୍ତ ଓଡିଶା ବିଧାନସଭାରେ ବିଜେପିର ଆସନ:

ଭୁବନେଶ୍ବର ଏକାମ୍ରରେ ବିଜେପି ପ୍ରାର୍ଥୀ ବାବୁ ସିଂ ଆଗୁଆ । ଜଗତସିଂହପୁର ବିଧାନସଭାରେ ବିଜେପି ପ୍ରାର୍ଥୀ ଅମରେନ୍ଦ୍ର ଦାସ ଆଗୁଆ । ଯଶୀପୁର ବିଜେପି ପ୍ରାର୍ଥୀ ଗଣେଶରାମ ଖୁଣ୍ଟିଆ  ଆଗୁଆ । ଝରିଗାଁ  ବିଜେପି ପ୍ରାର୍ଥୀ ନରସିଂହ ଭତ୍ରା ଆଗୁଆ । ଜୁନାଗଡ ବିଧାନସଭାରେ ବିଜେପି ପ୍ରାର୍ଥୀ ମନୋଜ ମେହେର ଆଗୁଆ । କବିସୁର୍ଯ୍ୟନଗର ବିଧାନସଭାରେ ବିଜେପି ପ୍ରାର୍ଥୀ ପ୍ରତାପ ନାୟକ ଆଗୁଆ । କାମାକ୍ଷାନଗର ବିଧାନସଭା ବିଜେପି ପ୍ରାର୍ଥୀ ଶତ୍ରୁଘ୍ନ ଜେନା ଆଗୁଆ । କଣ୍ଟାମାଳ ବିଧାନସଭାରେ ବିଜେପି ପ୍ରାର୍ଥୀ କହ୍ନେଇଚରଣ ଡାଙ୍ଗ ଆଗୁଆ । କରଞ୍ଜିଆ ବିଧାନସଭା ବିଜେପି ପ୍ରାର୍ଥୀ ପଦ୍ମଚରଣ ହାଇବୁ ଆଗୁଆ । କେନ୍ଦୁଝରରେ ବିଜେପି ପ୍ରାର୍ଥୀ ମୋହନ ମାଝି ଆଗୁଆ । ହିନ୍ଦୋଳ ବିଧାନସଭାରେ ବିଜେପି ପ୍ରାର୍ଥୀ ସୀମାରାଣୀ ନାଏକ ଆଗୁଆ । ଗୋପାଳପୁର ବିଧାନସଭାରେ ବିଜେପି ପ୍ରାର୍ଥୀ ବିଭୂତି ଜେନା ଆଗୁଆ ।

ଜି.ଉଦୟଗିରି ବିଧାନସଭାରେ ବିଜେପି ପ୍ରାର୍ଥୀ ମାନଗୋବିନ୍ଦ ପ୍ରଧାନ ଆଗୁଆ । ମହାକାଳପଡ଼ାରେ ଆଗୁଆ ଅଛନ୍ତି ବିଜେପି ପ୍ରାର୍ଥୀ ଦୁର୍ଗା ପ୍ରସନ୍ନ ନାୟକ । ଦଶପଲ୍ଲା ବିଧାନସଭାରେ ବିଜେପି ପ୍ରାର୍ଥୀ ରାଘବ ମଲ୍ଲିକ ଆଗୁଆ । ଚିଲିକା ବିଧାନସଭାରେ ବିଜେପି ପ୍ରାର୍ଥୀ ପୃଥ୍ବୀରାଜ ହରିଚନ୍ଦନ ଆଗୁଆ । ଚାନ୍ଦବାଲିରେ ବିଜେପି ପ୍ରାର୍ଥୀ ମନମୋହନ ସାମଲ ଆଗୁଆ । ଭଂଜନଗର ବିଧାନସଭାରେ ବିଜେପି ପ୍ରାର୍ଥୀ ପ୍ରଦ୍ୟୁମ୍ନ ନାୟକ ଆଗୁଆ ରହିଛନ୍ତି  ।

ଓଡିଶା ବିଧାନସଭାରେ ବିଜେଡି ଆସନ:

ଜଳେଶ୍ବର ବିଧାନସଭାରେ ବିଜେଡି ପ୍ରାର୍ଥି ଅଶ୍ବିନୀ ପାତ୍ର ଆଗୁଆ । ଜଟଣୀ ବିଜେଡି ପ୍ରାର୍ଥି ବିଭୁତି ବଳବନ୍ତରାୟ ଆଗୁଆ । ଜୟଦେବ ବିଧାନସଭାରେ ବିଜେଡି ପ୍ରାର୍ଥି ନବକିଶୋର ମଲ୍ଲିକ ଆଗୁଆ । ଜୟପୁର ବିଧାନସଭାରେ ବିଜେଡି ପ୍ରାର୍ଥି ଇନ୍ଦିରା ନନ୍ଦ ଆଗୁଆ । ଝାରସୁଗୁଡା ବିଧାନସଭାରେ ବିଜେଡି ପ୍ରାର୍ଥି ଦୀପାଳି ଦାସ ଆଗୁଆ । କାକଟପୁର ବିଧାନସଭାରେ ବିଜେଡି ପ୍ରାର୍ଥି ତୁଷାରକାନ୍ତି ବେହେରା ଆଗୁଆ । କେନ୍ଦ୍ରାପଡା ବିଜେଡି ପ୍ରାର୍ଥୀ ଗଣେଶ୍ବର ବେହେରା ଆଗୁଆ  । ଦିଗପହଣ୍ଡି ବିଧାନସଭାରେ ବିଜେଡି ପ୍ରାର୍ଥି ବିପ୍ଳବ ପାତ୍ର ଆଗୁଆ । ଚମ୍ପୁଆ ବିଧାନସଭାରେ ବିଜେଡି ପ୍ରାର୍ଥୀ ସନାତନ ମହାକୁଡ଼ ଆଗୁଆ । ବୀରମିତ୍ରପୁର ବିଧାନସଭାରେ ବିଜେଡିର ରୋହିତ ଯୋଶେଫ ତିର୍କି ଆଗୁଆ । ବିଂଝାରପୁର ବିଧାନସଭାରେ ବିଜେଡିର ପ୍ରମିଳା ମଲ୍ଲିକ ଆଗୁଆ ରହିଛନ୍ତି  । ଜୟପୁର ବିଧାନସଭାରେ ବିଜେଡି ପ୍ରାର୍ଥୀ ଇନ୍ଦିରା ନନ୍ଦ ଆଗୁଆ ରହିଛନ୍ତି ।

ଓଡିଶା ବିଧାନସଭାରେ କଂଗ୍ରେସ ଆସନ:

ବଲାଙ୍ଗିର ବିଧାନସଭାରେ କଂଗ୍ରେସର ସମରେନ୍ଦ୍ର ମିଶ୍ର ଆଗୁଆ । ଭବାନୀପାଟଣା ବିଧାନସଭାରେ କଂଗ୍ରେସ ପ୍ରାର୍ଥୀ ସାଗର ଦାସ ଆଗୁଆ ରହିଛନ୍ତି ।

 

Leave A Reply

Your email address will not be published.