Latest Odisha News

BREAKING NEWS

୨୪ର ରେକର୍ଡକୁ କାଟିବ ୨୦୨୫, ପାଲଟିବ ଉତ୍ତପ୍ତ ବର୍ଷ!

ଭୁବନେଶ୍ବର: ୨୦୨୪ ଅର୍ଥାତ୍ ଚଳିତ ବର୍ଷ ଥିଲା ବିଶ୍ବର ସବୁଠାରୁ ଉତ୍ତପ୍ତ ବର୍ଷ । ଜଳିଥିଲା ପୃଥିବୀ । ଆଉ ଜଳେଇଥିଲା ମଧ୍ୟ । ତାପମାତ୍ରା ପାରଦ ଡେଇଁବାରେ ରେକର୍ଡ ସୃଷ୍ଟି କରିଥିବା ବେଳେ ହାହାକାରରେ ଫାଟିଥିଲା ପୃଥିବୀ । କିନ୍ତୁ ଏବେ ୨୪ର ରେକର୍ଡକୁ କାଟି ଆହୁରି ଉତ୍ତପ୍ତ ହେବାକୁ ଯାଉଛି ବର୍ଷ ୨୫ । ଯଦି ବେଳ ଥାଉ ଥାଉ ନସୁଧୁରେ ତାହା ହେଲେ ଆଗକୁ ଏହା ଆମ ପାଇଁ ବଡ ବିପଦ ଆଣୁଛି ବୋଲି ଚେତାଇଲାଣୀ ବିଶ୍ବ ପାଣିପାଗ ସଂଗଠନ, ଡବ୍ଲୁଏମଓ ।

ଏହାକୁ ନେଇ ଡବ୍ଲୁଏମଓ କହିଛି ଯେ ଗ୍ରୀନ୍ ହାଉସ୍ ଗ୍ୟାସର ସ୍ତର ଆହୁରି ବଢିବ । ଫଳରେ ଆଗାମୀ ଦିନରେ ଅଧିକ ଉତ୍ତାପର ସାମ୍ନା କରିବେ ବିଶ୍ୱବାସୀ । ଏମିତିକି ୨୦୨୪ର ରେକର୍ଡକୁ ମଧ୍ୟ କାଟି ୨୦୨୫ ବନିପାରେ ସବୁଠୁ ଉତ୍ତପ୍ତ ବର୍ଷ । ୨୦୨୫ ବର୍ଷ ଗତ ରେକର୍ଡରେ ଥିବା ତିନୋଟି ଉତ୍ତପ୍ତ ବର୍ଷ ମଧ୍ୟରୁ ଗୋଟିଏ ହେବ । ୨୦୨୩ ଏବଂ ୨୦୨୪ ପରି, ୨୦୨୫ ବର୍ଷକୁ ମଧ୍ୟ ପ୍ରବଳ ଉତ୍ତାପର ସମ୍ମୁଖୀନ ହେବାକୁ ପଡିପାରେ ।

ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ଏହାକୁ ନେଇ କହିଛନ୍ତି, ଆମେ ସାଂଘାତିକ ଉତ୍ତାପର ଏକ ଦଶନ୍ଧି ଅନୁଭବ କରିଛୁ । ରେକର୍ଡର ସର୍ବୋଚ୍ଚ ଉତ୍ତପ୍ତ ବର୍ଷଗୁଡିକ ଗତ ଦଶ ବର୍ଷ ମଧ୍ୟରେ ଅନୁଭୂତ ହୋଇଛି । ୨୦୨୪ ପରେ ୨୦୨୫ରେ ପରବର୍ତ୍ତୀ ସମୟରେ କ’ଣ ଘଟିବ ତାହାର କୌଣସି ଗ୍ୟାରେଣ୍ଟି ନାହିଁ । କିନ୍ତୁ ପାଣିପାଗର ତଥ୍ୟ ଅନୁଯାୟୀ, ୨୦୨୫ରେ ବଡ ଜଳବାୟୁ ପରିବର୍ତ୍ତନ ହେବାକୁ ଯାଉଛି । ଆଉ ଆମେ ସମସ୍ତ ଜାଣିଛେ, ଜଳବାୟୁ ପରିବର୍ତ୍ତନର ପ୍ରଭାବ କ’ଣ? କିନ୍ତୁ ମୁଁ ସେ ସମସ୍ତଙ୍କ ସହ ଛିଡା ହେବାକୁ ପ୍ରତିଜ୍ଞା କରୁଛି ଯେଉଁମାନେ ଏକ ଶାନ୍ତିପୂର୍ଣ୍ଣ, ସମାନ, ସ୍ଥିର ଏବଂ ସୁସ୍ଥ ଭବିଷ୍ୟତ ସୃଷ୍ଟି କରିବା ଉପରେ କାର୍ଯ୍ୟ କରୁଛନ୍ତି ।

ସେ ଆହୁରି ବି ସତର୍କ କରି କହିଛନ୍ତି, ଭବିଷ୍ୟତରେ ପରିସ୍ଥିତି ଆହୁରି ଗୁରୁତର ହୋଇପାରେ । ୨୦୨୫ରେ ପ୍ରତ୍ୟେକ ଦେଶ ନି ନିଜର ର ନିର୍ଗମନକୁ ହ୍ରାସ କରିବା ସହ ଏକ ସୁରକ୍ଷିତ ପଥ ଅନୁସରଣ କରିବାକୁ ପଡିବ । ନଚେତ୍ ଲହା ଆଗକୁ ଭୟାବହ ପରିସ୍ଥିତି ସୃଷ୍ଟି କରିବ । ତେଣୁ ଆମକୁ ଏକ ନବୀକରଣଯୋଗ୍ୟ ଭବିଶ୍ୟତକୁ ସମର୍ଥନ କରିବାକୁ ପଡିବ । ଯାହାଦ୍ବାରା ଶକ୍ତି ସଙ୍କଟ ଦୂର ହେବ ଆଉ ଏଥିରେ ଜଳବାୟୁ ପରିବର୍ତ୍ତନ ପ୍ରଭାବକୁ ମଧ୍ୟ ଯ୍ରାସ କରାଯାଇପାରିବ ।

ତେଣୁ ଏଥିପାଇଁ ମସ୍ତଙ୍କୁ ମିଶିକରି କାର୍ଯ୍ୟ ଉଚିତ୍ ବୋଲି ମତ ରଖିଛନ୍ତି ଡବ୍ଲୁଏମଓ ସେକ୍ରେଟାରୀ ଜେନେରାଲ୍ ସେଲଷ୍ଟେ ସାଉଲୋ । ତାଙ୍କ କହିବା କଥା, ଜଳବାୟୁ ପରିବର୍ତ୍ତନ ଉପରେ ପଦକ୍ଷେପ ନେବା କେବଳ ଗୋଟିଏ ଦେଶର ଦାୟିତ୍ୱ ନୁହେଁ ବରଂ ଏହା ସାରା ବିଶ୍ୱର ଦାୟିତ୍ବ । ଜଳବାୟୁ ସଙ୍କଟର ମୁକାବିଲା ପାଇଁ ପ୍ରତ୍ୟେକ ବ୍ୟକ୍ତି ଏବଂ ପ୍ରତ୍ୟେକ ଦେଶକୁ ମିଳିତ ଭାବେ କାର୍ଯ୍ୟ କରିବାକୁ ପଡ଼ିବ ।

Comments are closed.