Latest Odisha News

BREAKING NEWS

ପୁଷ୍ୟ ନକ୍ଷତ୍ରରେ ମଙ୍ଗଳଙ୍କ ଗୋଚର; ଚମକିବ ଏହି ରାଶିଙ୍କ ଭାଗ୍ୟ

ଭୁବନେଶ୍ବର: ମଙ୍ଗଳ ଗ୍ରହ ନିଜର ଗତି ବଦଳାନ୍ତି ସେତେବେଳେ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ପ୍ରଭାବ ପଡ଼ିଥାଏ । ମଙ୍ଗଳ ଗ୍ରହଙ୍କୁ ଗ୍ରହମାନଙ୍କ ସେନାପତି ଭାବରେ ବିବେଚନା କରାଯାଏ । ମଙ୍ଗଳ ହେଉଛନ୍ତି ଶକ୍ତି,ସାହସ, ଯୁଦ୍ଧ, ଭୂମି, ଭାଇ, ଉର୍ଜାର କାରକ ।ତେବେ ୩ ଏପ୍ରିଲ ୨୦୨୫ ଦିନ ମଙ୍ଗଳ,କର୍କଟ ରାଶିରେ ପ୍ରବେଶ କରିଛନ୍ତି । ଏହାପରେ ୧୨ ଏପ୍ରିଲ ସକାଳ ୬ଟା ୩୨ ମିନିଟ ସମୟରେ ମଙ୍ଗଳ, କର୍କଟ ରାଶିରେ ରହି ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ।

ପୁଷ୍ୟ ନକ୍ଷତ୍ରକୁ ନକ୍ଷତ୍ରମାନଙ୍କର ରାଜା କୁହାଯାଏ । ଏହାର ସ୍ବାମୀ ଶନିଦେବ ଏବଂ ଆଧିପତି ଦେବତା ବୃହସ୍ପତି । ବୃହସ୍ପତି, ମଙ୍ଗଳଙ୍କ ପାଇଁ ଏକ ଶୁଭ ଗ୍ରହ । ପୁଷ୍ୟ ନକ୍ଷତ୍ରରେ ମଙ୍ଗଳଙ୍କ ଗୋଚର କିଛି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବହୁତ ଶୁଭଦାୟକ ହେବ । ଆସନ୍ତୁ ଜାଣିବା ୨୦୨୫ ମସିହାରେ ମଙ୍ଗଳ ଗ୍ରହଙ୍କ ଏହି ଗୋଚର କଣ ପ୍ରଭାବ ପକେଇବାକୁ ଯାଉଛି..

ମୀନ- ଏହି ରାଶିର ପଞ୍ଚମ ଘରେ ମଙ୍ଗଳ ଗ୍ରହଙ୍କ ଗୋଚରର ପ୍ରଭାବ ଦେଖିବାକୁ ମିଳିବ । ଫଳରେ ଏହି ରାଶିର ବ୍ୟକ୍ତି ବିଶେଷଙ୍କ କ୍ୟାରିୟରରେ ଉନ୍ନତି ଆସିବ । ସୃଜନଶୀଳତା ବୃଦ୍ଧି ପାଇବ । ଚାକିରି କରୁଥିଲେ ପଦୋନ୍ନତି ହେବ । ବ୍ୟବସାୟରେ ଲାଭ ପାଇବେ । ଆପଣଙ୍କ ସନ୍ତାନମାନଙ୍କ ସହ ଜଡିତ କିଛି ଭଲ ଖବର ମିଳିପାରେ । ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ସଫଳତା ପାଇବେ । ଖୁସି ଖବର ମିଳିବ ।

ଧନୁ-ଏହି ରାଶିର ଅଧିପତି ହେଲେ ବୃହସ୍ପତି । ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନର ପ୍ରଭାବ ଏହି ରାଶିର ଅଷ୍ଟମ ଘରେ ପଡିବ । ଫଳରେ ଅଚାନକ ଟଙ୍କା ଲାଭ ହେବାର ସମ୍ଭାବନା ରହିଛି । ଜ୍ୟୋତିଷ ଶାସ୍ତ୍ର ପ୍ରତି ରୁଚି ବଢିପାରେ । ଗୁପ୍ତ ବିଜ୍ଞାନ ସହିତ ଜଡିତ ଲୋକଙ୍କୁ ଲାଭ ମିଳିବ । ବୀମା / ପୈତୃକ ସମ୍ପତ୍ତି ସମ୍ବନ୍ଧୀୟ କିଛି ବଡ଼ ଲାଭ ମିଳିବାର ସମ୍ଭାବନା ରହିଛି । ଆପଣଙ୍କ ଧନ ଆଉ କାହା ପାଖରେ ଥିଲେ ଫେରି ପାଇବେ ।

ସିଂହ- ମଙ୍ଗଳଙ୍କ ଗୋଚର ସିଂହ ରାଶିର ଦ୍ବାଦଶ ଘରକୁ ପ୍ରଭାବିତ କରିବ । ଫଳରେ ଭାଗ୍ୟରୁ ପୂର୍ଣ୍ଣ ସମର୍ଥନ ମିଳିବ । ବିଦେଶ ଯାତ୍ରା କରିବାକୁ ଇଚ୍ଛା ପୂରଣ ହେବ । ଆଧ୍ୟାତ୍ମିକ ସାଧନା ଓ ଗୁପ୍ତ ବିଦ୍ୟା ପ୍ରତି ରୂଚି ବଢ଼ିବ ।ଗବେଷଣା କ୍ଷେତ୍ରରେ କାମ କରୁଥିଲେ ସଫଳ ହେବେ । ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । ହଠାତ୍ ଧନ ଆଗମନ ହେବ ।

ବିଛା-ଏହି ରାଶିର କର୍ତ୍ତା ହେଉଛନ୍ତି ସ୍ୱୟଂ ମଙ୍ଗଳ । ପୁଷ୍ୟ ନକ୍ଷତ୍ରରେ ମଙ୍ଗଳଙ୍କ ଗୋଚର ବିଛା ରାଶି ଲୋକଙ୍କ ନବମ ଘରକୁ ପ୍ରଭାବିତ କରିବ । ଫଳରେ ଜୀବନରେ ନୂତନ ସୁଯୋଗ ଏବଂ ସଫଳତା ପାଇବାର ସମ୍ଭାବନା ରହିବ । ଭାଗ୍ୟ ଆପଣଙ୍କ ଚମକିବ । ଶିକ୍ଷା, ଆଧ୍ୟାତ୍ମିକତା ଏବଂ ଭ୍ରମଣ ସମ୍ବନ୍ଧୀୟ କାମରେ ସଫଳ ହେବେ । ସମାଜରେ ପ୍ରତିଷ୍ଠା ବଢ଼ିବା ସହ ସମ୍ମାନିତ ହେବେ ।

Comments are closed.