Latest Odisha News

BREAKING NEWS

Monthly Archives

July 2025

ମଝି ଆକାଶରେ ହଠାତ୍ ଅଚଳ ହେଲା ଏସି, ମହିଳା ଅଚେତ୍

ଅହମ୍ମଦାବାଦ: ବାଙ୍କକର ଡନ୍ ମୁଏଆଙ୍ଗ୍ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଅହମ୍ମଦାବାଦ ଯାଉଥିବା ଲାୟନ୍ ଏୟାର ବିମାନରେ ଏୟାର କଣ୍ଡିସନିଂ ସିଷ୍ଟମ୍ ହଠାତ୍ ମଝି ଆକାଶରେ କାମ କରିବା ବନ୍ଦ କରିଦେଇଥିଲା। ଯାହାଫଳରେ ଯାତ୍ରୀମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଯାଇଥିଲା। ଏହାକୁ ନେଇ ଜଣେ…

ସିରିଆ-ଇସ୍ରାଏଲ ଯୁଦ୍ଧରେ ପଡିଲା ବିରାମ, ଘୋଷଣା କଲା ଆମେରିକା

ନୂଆଦିଲ୍ଲୀ: ଶନିବାର ପ୍ରତ୍ୟୁଷରେ ସିରିଆ ଏବଂ ଇସ୍ରାଏଲ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧବିରତି ଚୁକ୍ତି ହୋଇଛି। ଏହି ଚୁକ୍ତିନାମା ଆମେରିକାର ରାଷ୍ଟ୍ରଦୂତ ଟମ୍ ବାରାକ୍ ଘୋଷଣା କରିଛନ୍ତି । ଦକ୍ଷିଣ ସିରିଆର ସୁୱାଇଦା ପ୍ରଦେଶରେ ଡ୍ରୁଜ୍ ସଂଖ୍ୟାଲଘୁ ଏବଂ ବେଦୁଇନ୍ ଜନଜାତି ମଧ୍ୟରେ…

ଗରିବ ରଥ ଏକ୍ସପ୍ରେସ ଇଞ୍ଜିନରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତିଲେ ଯାତ୍ରୀ…

ନୂଆଦିଲ୍ଲୀ: ରାଜସ୍ଥାନରେ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି। ଟ୍ରାକରେ ଚାଲୁଥିବା ଗରିବ ରଥ ଏକ୍ସପ୍ରେସ (୧୨୨୧୬)ର ଇଞ୍ଜିନରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଯାହାପରେ ଆତଙ୍କ ଖେଳିଯାଇଥିଲା। ସେନ୍ଦ୍ରା (ବେଭର) ରେଳ ଷ୍ଟେସନ ଦେଇ ଯିବା ସମୟରେ ଏହି ଅଘଟଣ ଘଟିଥିଲା। ଲୋକୋ…

‘ଭାରତ-ପାକ୍ ଉତ୍ତେଜନାରେ ୫ଟି ଜେଟ୍ ଖସାଇ ଦିଆଯାଇଥିଲା’: ଟ୍ରମ୍ପଙ୍କ ଏପରି ଦାବି ନେଇ ମୋଦିଙ୍କୁ କଂଗ୍ରେସର ପ୍ରଶ୍ନ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଭାରତ-ପାକିସ୍ତାନ ଉତ୍ତେଜନା ବିଷୟରେ ଉଲ୍ଲେଖ କରିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ ପୁଣି ଥରେ ଦାବି କରିଛନ୍ତି ଯେ ସେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ କରିଛନ୍ତି। ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ ଭାରତ-ପାକିସ୍ତାନ ଉତ୍ତେଜନା…

ଏଫଏମ୍ କଲେଜ ଛାତ୍ରୀ ମୃତ୍ୟୁ ମାମଲା: ପେଟ୍ରୋଲ ପମ୍ପରୁ ମିଳିଲା ବଡ଼ ପ୍ରମାଣ

ବାଲେଶ୍ୱର: ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ମାମଲାର ତନାଘନା କରୁଥିବା କ୍ରାଇମବ୍ରାଞ୍ଚ ଟିମକୁ ମିଳିଛି ନୂଆ ସୁରାକ୍। ଘଟଣା ଦିନ ପେଟ୍ରୋଲ କେଉଁଠୁ ଆସିଲା, ଏବଂ କିଏ ଆଣିଲା, ସେ ନେଇ କିଛି ସୁରାକ୍ ମିଳିଥିବା କୁହାଯାଉଛି। ଗତ ୧୨ ତାରିଖରେ ଜୀବନ ହାରିଥିବା ଉଦ୍ୟମ କରିଥିବା ଛାତ୍ରୀ…

ମହାରାଷ୍ଟ୍ରକୁ ଆସିଲେ ସମୁଦ୍ରରେ ବୁଡ଼ାଇ ମାରିବୁ; ନିଶିକାନ୍ତ ଦୁବେ ଓ ରାଜ ଠାକରେ ମୁହାଁମୁହିଁ  

ମୁମ୍ବାଇ: ମହାରାଷ୍ଟ୍ରରେ ହିନ୍ଦୀ ଭାଷାଭାଷୀଙ୍କୁ ଟାର୍ଗେଟ କରିବାକୁ ନେଇ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ଏବଂ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଛି। ଦୁବେଙ୍କ 'ସେମାନଙ୍କୁ ପିଟିବେ' ଜବାବରେ ରାଜ ଠାକରେ କହିଛନ୍ତି ଯେ,…

ସୋରରେ ବିସ୍ଫୋରକ ଭର୍ତ୍ତି ଗାଡ଼ି ଦୁର୍ଘଟଣାଗ୍ରସ୍ତ

ସୋର: ସୋରରେ ବିସ୍ଫୋରକ ଭର୍ତ୍ତି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ପିକ୍‌ଅପ୍‌ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହେବ ପରେ ସେଥିରୁ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ସୂଚନା ଅନୁଯାୟୀ, ଏନ୍‌ଏଚ୍‌-୧୬ ସୋର ଥାନା ଅଲ୍ଲିପୁର ନିକଟରୁ ଏହି ବିସ୍ଫୋରକ ଜବତ କରାଯାଇଛି। କଟକରୁ ବାଲେଶ୍ବର ଯାଉଥିଲା…

ଏମ୍ସ ରିସର୍ଚ୍ଚରେ ଦାବି ; ଠିକ୍ ଭାବରେ ବ୍ରଶ୍ ନକଲେ ରହିଛି କର୍କଟ ରୋଗର ଆଶଙ୍କା!

ନୂଆଦିଲ୍ଲୀ:ଦିଲ୍ଲୀ ଏମ୍ସର ଗବେଷକମାନଙ୍କ ଦ୍ୱାରା କରାଯାଇଥିବା ଏକ ସାମ୍ପ୍ରତିକ ଗବେଷଣାରୁ ଜଣାପଡିଛି ଯେ ଯଦି ଆପଣ ଆପଣଙ୍କ ମୁଖ ସ୍ୱାସ୍ଥ୍ୟର ସଠିକ୍ ଯତ୍ନ ନ ନିଅନ୍ତି, ତେବେ ଆପଣ କର୍କଟ ରୋଗ ସମେତ ଅନେକ ଗମ୍ଭୀର ରୋଗର ଶିକାର ହୋଇପାରନ୍ତି। ଯଦି ମୁଖ ସ୍ୱାସ୍ଥ୍ୟ ଭଲ ଥାଏ, ତେବେ ଏହି ସମସ୍ତ…

ଭୂକମ୍ପରେ ଦୋହଲିଲା ଆଫଗାନିସ୍ତାନ, ତିଦ୍ଦତ ଓ ମିଆଁମାର..

ନୂଆଦିଲ୍ଲୀ: ଶୁକ୍ରବାର ବିଳମ୍ବିତ ରାତିରେ ଆଫଗାନିସ୍ତାନରେ ୪.୬ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା। ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (ଏନସିଏସ) ପକ୍ଷରୁ ସୂଚନା ଦିଆଯାଇଛି। ଏନସିଏସ ଅନୁଯାୟୀ, ଭୂକମ୍ପ ୧୨୫ କିଲୋମିଟର ଗଭୀରତାରେ ହୋଇଥିଲା। ଏହାର ତୀବ୍ରତା ୪.୬ ମାପ କରାଯାଇଥିଲା।…

ଗୁଗୁଲ୍ ଭାରତୀୟ ଛାତ୍ରମାନଙ୍କୁ ମାଗଣାରେ ଦେଉଛି ଜେମିନି ଏଆଇ ପ୍ରୋ ,ଏପରି ଉଠାନ୍ତୁ ଲାଭ

ନୂଆଦିଲ୍ଲୀ: ଭାରତରେ ଛାତ୍ରଛାତ୍ରୀମାନଙ୍କୁ ଜେମିନି ଏଆଇ ପ୍ରୋ ସବସ୍କ୍ରିପସନ ମାଗଣାରେ ଦିଆଯାଉଛି। ଗୁଗୁଲର ଏଆଇ ଟୁଲ୍ ବ୍ୟବହାର କରିବା ଦ୍ୱାରା ଛାତ୍ରଛାତ୍ରୀମାନେ ପଢ଼ିବାରେ ବହୁତ ସାହାଯ୍ୟ ପାଇବେ। ସେମାନେ ସହଜରେ ଏଆଇକୁ କିଛି ପଚାରିପାରିବେ। ଏଆଇକୁ ଟ୍ୟୁଟର ଭାବରେ ମଧ୍ୟ ବ୍ୟବହାର…