Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ଉଲ୍ଲଂଘନ ପାଇଁ ଦାୟୀ କିଏ?; ଆଜି ହୋଇପାରେ ଶୁଣାଣି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଉଲ୍ଲଂଘନ ମାମଲାରେ ଏକ ଆବେଦନ ସୁପ୍ରିମ୍‌କୋର୍ଟରେ ଦାଖଲ କରାଯାଇଥିଲା। ଆଜି ସୁପ୍ରିମକୋର୍ଟରେ ଏହା ଉପରେ ଶୁଣାଣି ହୋଇପାରେ। ବରିଷ୍ଠ ଓକିଲ ମନିନ୍ଦର ସିଂ କୋର୍ଟଙ୍କ ତତ୍ତ୍ବାବଧାନରେ ତଦନ୍ତ ପାଇଁ ଦାବି କରିଛନ୍ତି। ପ୍ରଧାନ ବିଚାରପତି ଏନ.ଭି ରମଣ ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ହେମା କୋହଲିଙ୍କ ତିନିଜଣିଆ ଖଣ୍ଡପୀଠ ଏହି ଆବେଦନ ଉପରେ ବିଚାର କରିବେ।

ଏହି ଆବେଦନରେ ଦର୍ଶାଯାଇଛି ଯେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଉଲ୍ଲଂଘନ ରାଜ୍ୟ ସରକାରଙ୍କ ତରଫରୁ ଉଦ୍ଦେଶ୍ୟମୂଳକ ଥିଲା। ଏହି ଭୁଲ ପାଇଁ ପଞ୍ଜାବ ସରକାରଙ୍କ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ।

Leave A Reply

Your email address will not be published.