Latest Odisha News

BREAKING NEWS

ଡିଜେ ଗାଡିକୁ ୨୦ ହଜାର ଟଙ୍କା ଫାଇନ

ସମ୍ବଲପୁର: ଆଜି ତୃତୀୟ ଦିନରେ ମଧ୍ୟ ଟ୍ରାଫିକ ଚେକିଂ ଜୋରଧାର ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପରିବହନ ବିଭାଗ ପକ୍ଷରୁ ଟ୍ରାଫିକ ନିୟଲ ଉଲ୍ଲଂଘନ କାରୀଙ୍କ ଉପରେ ଜୋରଦାର ଚଢ଼ାଉ ହେଉଛି ଏବଂ ମୋଟା ଅଙ୍କର ଚାଲାଣ ମଧ୍ୟ କଟୁଛି ।
ଏହି କ୍ରମରେ ଆଜି ସମ୍ବଲପୁରର ଏକ ଡିଜେ ଗାଡିରୁ ୨୦ ହଜାର ୫ ଶହ ଟଙ୍କାର ଫାଇନ୍ ଆଦାୟ ହୋଇଛି । ପରମିଟ ନଥିବା ଯୋଗୁଁ ୧୦ ହଜାର ଚାଲାଣ କଟିଛି । ସେହିପରି ପଂଜିକରଣ ପାଇଁ ୫ ହଜାର, ଡିଏଲ୍ ପାଇଁ ୫ ହଜାର ଓ ସାଧାରଣ ଅପରାଧ ପାଇଁ ୫ଶହ ଟଙ୍କା ଚାଲାଣ କଟାଯାଇଥିବା ସୂଚନା ରହିଛି ।

Leave A Reply

Your email address will not be published.