Latest Odisha News

BREAKING NEWS

ଟ୍ରାଫିକ ଚେକିଂ: ଅଟୋ ଚାଳକଙ୍କୁ ୩୦ ହଜାର ଟଙ୍କାର ଜରିମାନା

ସମ୍ବଲପୁର : ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ଜୋରଦାର ଧରପଗଡ ହୋଇଛି । ଜଣେ ଅଟୋ ଚାଳକଙ୍କୁ ୩୦ ହଜାର ଟଙ୍କାର ଚାଲାଣ କାଟିଛି ସମ୍ବଲପୁର ପରିବହନ ବିଭାଗ । ସମ୍ବଲପୁରର ଲକ୍ଷ୍ମୀ ଟକିଜ ଛକରେ ୩୦ହଜାର ୫୦୦ଟଙ୍କାର ଚାଲାଣ କଟାଯାଇଛି । ବିନା ପଞ୍ଜିକରଣ ଓ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ୫ହଜାର ଟଙ୍କା, ଓଭରଲୋଡିଂ ପାଇଁ ୨୦ହଜାର, ସାଧାରଣ ଅପରାଧ ପାଇଁ ୫୦୦ ଟଙ୍କା ଚାଲାଣ କଟାଯାଇଛି ।

ତେବେ ମାର୍ଚ୍ଚ ୧ ତାରିଖ ଠାରୁ ସଂଶୋଧିତ ମୋଟର ଯାନ ଆଇନ ପୁଣି ଥରେ କଡାକଡି ହୋଇଛି । ଗତ ୨୪ ଘଂଟା ଭିତରେ ୩୮୭୦ ଜଣ ନିୟମ ଉଲ୍ଲଙ୍ଘନକାରୀ ଧରାପଡିଛନ୍ତି । ଆଜି ବି ଧରପଗଡ ଜୋରଦାର ହେଉଛି । ୬ ମାସ ମହଲତ ମିଳିବା ପରେ ମଧ୍ୟ ଲୋକେ ସତର୍କ ହୋଇନାହାଁନ୍ତି ।

Leave A Reply

Your email address will not be published.