Latest Odisha News

କମିଶନରେଟ ପୋଲିସ ପଞ୍ଝାରେ ୨ ଗଞ୍ଜେଇ ମାଫିଆ,୨୦ କେଜି ଗଞ୍ଜେଇ ସହ ୭୫ଲକ୍ଷ ଟଙ୍କା ଜବତ

କଟକ : କମିଶନରେଟ ପୋଲିସ ପଞ୍ଝାରେ ଗଞ୍ଜେଇ ମାଫିଆ । ଦୁଇ ଜଣ ଗଞ୍ଚେଇ ବେପାରୀଙ୍କୁ ଗିରଫ କରିଛି ବାଦାମବାଡି ଥାନା ପୋଲିସ ।ଏମାନେ ହେଲେ ନାରାୟଣ ପତି ଓରଫ ବିବୁ ଓ ସହଯୋଗୀ ଅବକାଶ ସ୍ୱାଇଁ । ଏମାନଙ୍କ ନିକଟରୁ ନଗଦ ୭୫ ଲକ୍ଷ ଟଙ୍କା ସହ , ୨୦ କେଜି ଗଞ୍ଜେଇ, ସୁନା ଅଳଙ୍କାର ଓ ଦୁଇଟି ମୋବାଇଲ ଜବତ କରାଯାଇଛି ।

ସ୍ପେଶାଲ ସ୍କ୍ୱାର୍ଡ ଓ ବାଦାମବାଡି ଥାନା ପୋଲିସ ମିଳିତ ଭାବେ ଚଢଉ କରିଥିଲେ । ବୟାଳିଶ ମୌଜା ସ୍ଥିତି ଘରେ ଚଢାଉ କରାଯାଇ ନଗଦ ଟଙ୍କା ସହ ଗଞ୍ଜେଇ ଜବତ କରିଥିଲା ପୋଲିସ ।ଅଭିଯୁକ୍ତ ନାରାୟଣ ବିରୁଦ୍ଧରେ ୨୦୦୫ରୁ କଟକ ସହରର ବିଭିନ୍ନ ଥାନାରେ ଏନଡିପିଏସ୍ ଆକ୍ଟରେ ମାମଲା ରହିଛି । ଏହି ଗଞ୍ଜେଇ ବେପାରରେ ଆଉ କାହା କାହା ସଂପୃକ୍ତି ଅଛି ସେନେଇ ତଦନ୍ତ ଜାରି ରହିଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂହ ।

Comments are closed.