ହାଇଦ୍ରାବାଦ- ରିଜର୍ଭ ବ୍ୟାଙ୍କର ସ୍ୱୀକୃତି ପାଇନଥିବା ମୋବାଇଲ ଆପ୍ ଜରିଆରେ ଲୋକଙ୍କୁ ଋଣ ଦେବା ଜାଲିଆତିର ମାଷ୍ଟର ମାଇଣ୍ଡ ଝୁ ୱେଇ ଓରଫ୍ ଲମ୍ବୋକୁ ଗରିଫ କରିଛି ହାଇଦ୍ରାବାଦ ପୋଲିସ ।
ଦେଶ ବାହାରକୁ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଲମ୍ବୋକୁ ଦିଲ୍ଲୀ ଏୟାରପୋର୍ଟରୁ ଗିରଫ କରିଛି ହାଇଦ୍ରାବାଦ ପୋଲିସ । ଲମ୍ବୋ ହେଉଛି ଚୀନର ନାଗରିକ ।
ପୋଲିସର ସୂଚନା ଅନୁସାରେ ଆପ୍ ଓ ଅନଲାଇନ୍ ଋଣ ଦେବା, ଅଧିକ ସୁଧ ଆଦାୟ କରିବା ଓ ଲୋକଙ୍କୁ ଧମକାବାର ମାଷ୍ଟର ମାଇଣ୍ଡ ଥିଲା ଲମ୍ବୋ ।
ଏହି ଗ୍ୟାଙ୍ଗ ମୋବାଇଲ୍ ଆପ୍ ଜରିଆରେ ଲୋକଙ୍କୁ ଋଣ ଯାଚୁଥିଲେ । ଲୋକେ ଋଣ ନେବା ପରେ ସେମାନଙ୍କୁ ଉଚ୍ଚ ସୁଧ ଏପରିକି ୩୫ ପ୍ରତିଶତ ସୁଧ ମଧ୍ୟ ଦେବାକୁ ପଡୁଥିଲା । ନ ହେଲେ ଲୋକଙ୍କୁ ଧମକାଉଥିଲେ, ହଇରାଣ କରୁଥିଲେ । ଏଥିରେ ନିରାଶ ହୋଇ ତେଲେଙ୍ଗାନାରେ ୩ ଜଣ ଲୋକ ଆତ୍ମହତ୍ୟା କରିବା ପରେ ଘଟଣା ପଦାକୁ ଆସିଥିଲା
ଲମ୍ବୋ ଓ ତାର ସହଯୋଗୀମାନେ ଏପରି ୩୬ଟି ଲୋନ୍ ଆପ୍ ଜରିଆରେ କାରବାର କରୁଥିଲେ । ମୋଟ କାରବାରର ପରିମାଣ ୨୧ ହଜାର କୋଟି ଟଙ୍କା ହୋଇଥିବା ପୋଲିସ ସୂଚନା ଦେଇଛି । ସେଥିରୁ ଅଧିକାଂଶ ବିଟ୍ କଏନ୍ ଜରିଆରେ ହୋଇଛି । ଗତ ୬ ମାସ ଭିତରେ ଏହି ସବୁ ସ୍କାମ ହୋଇଥିବା ଜଣାପଡିଛି ।
ଏହା ଆଗରୁ ବିଭିନ୍ନ ସ୍ଥାନରେ ଚଢାଉ କରି ପୋଲିସ ହାଇଦ୍ରାବାଦ ଓ ଗୁରୁଗ୍ରାମରୁ ୧୬ ଜଣଙ୍କୁ ଗିରଫ କରିଥିଲା । ଋଣ ନେଇଥିବା ଲୋକଙ୍କୁ କଲ୍ ସେଣ୍ଟର ଜରିଆରେ ଧମକାଇବା ଓ ହଇରାଣ କରିବାର ଅଭିଯୋଗ ସମସ୍ତଙ୍କୁ ଗିରଫ କରାଯାଇଛି ।
BREAKING NEWS
- ଟାଟା ଷ୍ଟିଲ ଫାଉଣ୍ଡେସେନ ପକ୍ଷରୁ ଢେଙ୍କାନାଳରେ ମୋବାଇଲ କର୍କଟ ସ୍କ୍ରିନିଂ କାର୍ଯ୍ୟକ୍ରମ ଆରମ୍ଭ
- Ajit Pawar Death: ହାତଘଣ୍ଟା, ଚଷମାରୁ ଜଣାପଡିଲା ଅଜିତ୍ ପାୱାରଙ୍କ ପରିଚୟ, ବିମାନ ଦୁର୍ଘଟଣା ନେଇ ସାମ୍ନାକୁ ଆସିଲା ସତ…
- କୁମ୍ଭମେଳା ଦଳାଚକଟା: କ୍ଷତିପୂରଣ ରାଶି ୩୦ଦିନ ଭିତରେ ଦେବାକୁ ନିର୍ଦ୍ଦେଶ
- NCP Leader DyCM Ajit Pawar: ନିରବି ଗଲେ ଅଜିତ୍ ପାୱାର, କକା ଶରଦ କରାଇଥିଲେ ରାଜନୀତିରେ ପାରଙ୍ଗମ, ପରେ ପାଲଟିଥିଲେ ମହାରାଷ୍ଟ୍ର ରାଜନୀତିର ପିତାମହ…
- Maharashtra Deputy CM Dies: ମହାରାଷ୍ଟ୍ରରେ ବଡ଼ ବିମାନ ଦୁର୍ଘଟଣା, ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ…
- କାହିଁକି ଗୀତ ଗାଇବେନି ଅରିଜିତ୍ ସିଂ? ଅସଲ କାରଣ କହିଲେ ଗାୟକ
- ନୂତନ H-1B ଭିଜା ଆବେଦନ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ
- ସଂସଦର ବଜେଟ ଅଧିବେଶନ, ଭିବି ଜି-ରାମ-ଜି ଓ ଏସଆଇଆର ଉପରେ ହେବନି କୌଣସି ଆଲୋଚନା
- IND vs NZ 4th T20I: ଭାରତ-ନ୍ୟୁଜିଲାଣ୍ଡ ଚତୁର୍ଥ ଟି-୨୦
- NKS Bandh Call: ନଵନିର୍ମାଣ କୃଷକ ସଂଗଠନ ପକ୍ଷରୁ ୮ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ
Comments are closed.