Latest Odisha News

BREAKING NEWS

ସୁବ୍ରମଣ୍ୟମଙ୍କ ନୂତନ ବର୍ଷର ସଂକଳ୍ପ:ସୋନିଆ, ରାହୁଲ, ଚିଦାମ୍ବରଙ୍କୁ ଜେଲ ପଠାଇବି

ନୂଆଦିଲ୍ଲୀ: ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଗୁରୁବାର ନୂତନ ବର୍ଷର ସଂକଳ୍ପ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ତେବେ ତାଙ୍କର ଏହି ସଂକଳ୍ପ କଂଗ୍ରେସ ଶିବିରରେ ନିଆଁ ଲଗାଇବା ପରିସ୍ଥିତି ସୃଷ୍ଟି କରିଛି । ସେ ୪ଟି ସଂକଳ୍ପ କରିଛନ୍ତି ସେଗୁଡିକ ହେଲା- ୧) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ପୂର୍ବ ଭଳି ସମର୍ପିତ ରହିବି । ୨) ଭାରତର ପୁର୍ନଜାଗରଣ ପାଇଁ ହିନ୍ଦୁତ୍ୱର ପ୍ରଚାର ପ୍ରସାର କରିବି । ୩) ଟିଡିକେ(ସୋନିଆ ଗାନ୍ଧୀ), ଆରଜି (ରାହୁଲ ଗାନ୍ଧୀ), ପିସି (ପି.ଚିଦାମ୍ବରମ)ଙ୍କୁ ଜେଲ ପଠାଇବା ପାଇଁ ସଂଘର୍ଷ ଜାରି ରଖିବି । ୪) ନିର୍ଭୀକ ଭାବେ ସତ କଥା କହି ଚାଲିିବି ।

ଟୁଇଟରରେ ତାଙ୍କ ଫଲୋର୍ସ ଭାବେ ଏହା ବ୍ୟତୀତ ଆଉ କେଉଁ କେସରେ ମନୋନିବେଶ କରିବେ । ଏହାର ଉତରରେ ସେ କହିଲେ ସୁନନ୍ଦା ପୁଷ୍କର, ସୁଶାନ୍ତ ସିଂ ରାଜପୁତ କେସ୍‌, ୨ଜି, କାଶୀ, ମଥୁରା, ରାମସେତୁ କେସ୍‌ରେ ନ୍ୟାୟ ପାଇଁ ପୂର୍ବ ଭଳି ଲଢ଼େଇ ଜାରି ରଖିବି ।

Leave A Reply

Your email address will not be published.