ହାଇଦ୍ରାବାଦ- ରିଜର୍ଭ ବ୍ୟାଙ୍କର ସ୍ୱୀକୃତି ପାଇନଥିବା ମୋବାଇଲ ଆପ୍ ଜରିଆରେ ଲୋକଙ୍କୁ ଋଣ ଦେବା ଜାଲିଆତିର ମାଷ୍ଟର ମାଇଣ୍ଡ ଝୁ ୱେଇ ଓରଫ୍ ଲମ୍ବୋକୁ ଗରିଫ କରିଛି ହାଇଦ୍ରାବାଦ ପୋଲିସ ।
ଦେଶ ବାହାରକୁ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଲମ୍ବୋକୁ ଦିଲ୍ଲୀ ଏୟାରପୋର୍ଟରୁ ଗିରଫ କରିଛି ହାଇଦ୍ରାବାଦ ପୋଲିସ । ଲମ୍ବୋ ହେଉଛି ଚୀନର ନାଗରିକ ।
ପୋଲିସର ସୂଚନା ଅନୁସାରେ ଆପ୍ ଓ ଅନଲାଇନ୍ ଋଣ ଦେବା, ଅଧିକ ସୁଧ ଆଦାୟ କରିବା ଓ ଲୋକଙ୍କୁ ଧମକାବାର ମାଷ୍ଟର ମାଇଣ୍ଡ ଥିଲା ଲମ୍ବୋ ।
ଏହି ଗ୍ୟାଙ୍ଗ ମୋବାଇଲ୍ ଆପ୍ ଜରିଆରେ ଲୋକଙ୍କୁ ଋଣ ଯାଚୁଥିଲେ । ଲୋକେ ଋଣ ନେବା ପରେ ସେମାନଙ୍କୁ ଉଚ୍ଚ ସୁଧ ଏପରିକି ୩୫ ପ୍ରତିଶତ ସୁଧ ମଧ୍ୟ ଦେବାକୁ ପଡୁଥିଲା । ନ ହେଲେ ଲୋକଙ୍କୁ ଧମକାଉଥିଲେ, ହଇରାଣ କରୁଥିଲେ । ଏଥିରେ ନିରାଶ ହୋଇ ତେଲେଙ୍ଗାନାରେ ୩ ଜଣ ଲୋକ ଆତ୍ମହତ୍ୟା କରିବା ପରେ ଘଟଣା ପଦାକୁ ଆସିଥିଲା
ଲମ୍ବୋ ଓ ତାର ସହଯୋଗୀମାନେ ଏପରି ୩୬ଟି ଲୋନ୍ ଆପ୍ ଜରିଆରେ କାରବାର କରୁଥିଲେ । ମୋଟ କାରବାରର ପରିମାଣ ୨୧ ହଜାର କୋଟି ଟଙ୍କା ହୋଇଥିବା ପୋଲିସ ସୂଚନା ଦେଇଛି । ସେଥିରୁ ଅଧିକାଂଶ ବିଟ୍ କଏନ୍ ଜରିଆରେ ହୋଇଛି । ଗତ ୬ ମାସ ଭିତରେ ଏହି ସବୁ ସ୍କାମ ହୋଇଥିବା ଜଣାପଡିଛି ।
ଏହା ଆଗରୁ ବିଭିନ୍ନ ସ୍ଥାନରେ ଚଢାଉ କରି ପୋଲିସ ହାଇଦ୍ରାବାଦ ଓ ଗୁରୁଗ୍ରାମରୁ ୧୬ ଜଣଙ୍କୁ ଗିରଫ କରିଥିଲା । ଋଣ ନେଇଥିବା ଲୋକଙ୍କୁ କଲ୍ ସେଣ୍ଟର ଜରିଆରେ ଧମକାଇବା ଓ ହଇରାଣ କରିବାର ଅଭିଯୋଗ ସମସ୍ତଙ୍କୁ ଗିରଫ କରାଯାଇଛି ।
BREAKING NEWS
- Indian Railways: ବର୍ଦ୍ଧିତ ରେଳଭଡା ଲାଗୁକଲା ଭାରତୀୟ ରେଳବାଇ
- Cold Wave: ଜାଡ଼ରେ ଥରୁଛି ଓଡ଼ିଶା, ୨ ଦିନ ପାଇଁ ୫ ଜିଲ୍ଲାକୁ ୟେଲୋ ଆଲର୍ଟ
- ପୁଣି ଚାନ୍ଦବାଲିରେ ଲଜ୍ଜା, ଘରେ ପଶି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ
- Gold Mines: ‘୩ଟି ଖଣିରେ ୧୫୮୬ କେଜି ସୁନା ଥିବା ମିଳିଛି ସନ୍ଧାନ’
- Fake note: ନକଲି ନୋଟ କାରବାର ଘଟଣାରେ ପୁଣି ୨ ଗିରଫ
- ମଦ୍ୟପାନ ସମୟରେ ଜମାରୁ ଖାଆନ୍ତୁନି ଏହି ଖାଦ୍ୟ, ଜୀବନ ପଳାଇବ !
- Hindu man lynched in Bangladesh: ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା,ଏକ ଭିଡ଼ ପିଟି ପିଟି…
- ହର୍ବାଲ ଟିକୁ ‘ଚା’ କହିବା ଭୁଲ; ବେଆଇନ ଘୋଷଣା କଲା FSSAI
- ଶୀତ ଦିନେ ଚୁମ୍ବନ କଲେ ଛାଡ଼ିଯିବ ଥଣ୍ଡା ଜ୍ୱର ! ଜାଣନ୍ତୁ କ’ଣ କହୁଛି ମେଡିକାଲ ସାଇନ୍ସ
- ଲିଭ୍-ଇନ୍ ରିଲେସନସିପ୍କୁ ନେଇ ହାଇକୋର୍ଟଙ୍କ ବଡ଼ ରାୟ, ସମସ୍ତେ ଆଶ୍ଚର୍ଯ୍ୟ
Comments are closed.