Latest Odisha News

୧୧ ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ, ନିରପେକ୍ଷ ତଦନ୍ତ ହେଲାନି ବୋଲି ୨୧ ପୋଲିସ ନିର୍ଦ୍ଦୋଷ

ବିଶାଖାପାଟ୍ଟଣମ: ୨୦୦୭ ମସିହାରେ ୧୧ ଜଣ ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ ନେଇ ଅଭିଯୋଗ ହୋଇଥିଲା । ଗଣଦୁଷ୍କର୍ମ ଅଭିଯୋଗର ୧୬ ବର୍ଷ ପରେ ସ୍ୱତନ୍ତ୍ର କୋର୍ଟ ରାୟ ଶୁଣାଇଛନ୍ତି । ଯେଉଁ ୨୧ ପୋଲିସ ଅଧିକାରୀଙ୍କ ବିରୋଧରେ ଗଣଦୁଷ୍କର୍ମ ନେଇ ଅଭିଯୋଗ ଥିଲା, ନିରପେକ୍ଷ ଯାଞ୍ଚ ନ ହେବାରୁ କୋର୍ଟ ସମସ୍ତଙ୍କୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି ।

ଦୁଇ ତଦନ୍ତକାରୀ ଅଧିକାରୀ ନିରପେକ୍ଷ ତଦନ୍ତ ନକରିବାରୁ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିବା କହିଛନ୍ତି କୋର୍ଟ । ୨୦୦୭ ମସିହା ଅଗଷ୍ଟରେ ଗ୍ରେହାଉଣ୍ଡ୍ସ ଫୋର୍ସର ୨୧ ଜଣିଆ ଟିମ୍ କମ୍ବିଂ ଅପରେସନ୍ ପାଇଁ ଯାଇଥିବା ବେଳେ ଆଲୁରି ସୀତାରାମ ରାଜୁ ଜିଲ୍ଲାର ଏକ ଗାଁରେ ୧୧ ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ ନେଇ ଅଭିଯୋଗ ହୋଇଥିଲା ।

ହ୍ୟୁମାନ ରାଇଟ୍ସ ଫୋରମ ଅନୁସାରେ, ସେତେବେଳେ ଏନେଇ ପୋଲିସରେ ଅଭିଯୋଗ ହୋଇଥିଲେ ମଧ୍ୟ କାହାରିକୁ ଗିରଫ କରାଯାଇ ନଥିଲା । ଏବେ ତଦନ୍ତରେ ଅବହେଳା ଲାଗି କୋର୍ଟ ସମସ୍ତଙ୍କୁ ନିର୍ଦ୍ଦୋଷ ଘୋଷଣା କରିଥିବା ବେଳେ ଅଭିଯୁକ୍ତଙ୍କୁ ମଧ୍ୟରୁ କିଛି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଅବସର ନେଇ ସାରିଛନ୍ତି ।

୨୦୧୮ରେ ବିଶାଖାପାଟ୍ଟଣମରେ ମାମଲାର ଟ୍ରାଏଲ୍ ହୋଇଥିବା ବେଳେ ଗୁରୁବାର ସ୍ୱତନ୍ତ୍ର କୋର୍ଟ ସମସ୍ତଙ୍କୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି । ସମସ୍ତ ପୀଡ଼ିତାଙ୍କୁ କ୍ଷତିପୂରଣ ଦେବା ଲାଗି ଜିଲ୍ଲା ଆଇନ୍ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର କୋର୍ଟ ।

Leave A Reply

Your email address will not be published.