Latest Odisha News

ଆସନ୍ତୁ ଜାଣିବା କଣ ପାଇଁ ୟାମିଙ୍କୁ ଭୂୟସୀ ପ୍ରଶଂସା କଲେ କଙ୍ଗନା

ମୁମ୍ବାଇ: ବଲିଉଡ କୁଇନ କଙ୍ଗନା ରାନାୱତ ଏବେ ଏର୍ମଜେନ୍ସି ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି । ବଲିଉଡ ମାଫିଆ ଓ ନେପ୍ଟୋଜିମ ବିରୋଧରେ ସେ ସର୍ବଦା ମୁହଁ ଖୋଲି ଆସିଛନ୍ତି । ଏବେ ନିକଟରେ କଙ୍ଗନା ତାଙ୍କ ସାଥୀ କଳାକାର ୟାମି ଗୌତମଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି । କଙ୍ଗନାଙ୍କୁ ପ୍ରଭାବିତ କରିବା ଏତେ ସହଜ କଥା ନୁହେଁ । ଆସନ୍ତୁ ଜାଣିବା କଣ ପାଇଁ କଙ୍ଗନା ଏହି ପ୍ରଶଂସା କରିଛନ୍ତି । ୟାମିଙ୍କ ଚୋର ନିକଲେ କେ ଭାଗା ଫିଲ୍ମ ନେଟଫ୍ଲିକ୍ସରେ କମାଲ କରୁଛି । ବିଶ୍ୱସ୍ତରରେ ହିନ୍ଦୀ ଭାଷାର ଏହି ଫିଲ୍ମ ଏବେ ଏକ ନମ୍ବରରେ ରହିଛି । ସୋସିଆଲ ମିଡିଆରେ ୟାମି ଏ ସମ୍ପର୍କୀତ ଏକ ପୋଷ୍ଟ ଶେୟାର କରିଛନ୍ତି ।

କଙ୍ଗନା ଏହା ଦେଖି ଲେଖିଛନ୍ତି, ୟାମି ତାଙ୍କ କାମ ଠିକ କରୁଛନ୍ତି । ଚୁପଚାପ ରହି ସେ ତାଙ୍କ ଅଭିନୟ ବଳରେ ସଫଳ ଫିଲ୍ମ ଦେଇ ଚାଲିଛନ୍ତି । ଚୋର ନିକଲେ କେ ଭାଗା ଟିମକୁ ଏଥିନେଇ ଯେତେ ପ୍ରଶଂସା କରାଯିବ କମ ହେବ । ୟାମି ମଧ୍ୟ କଙ୍ଗନାଙ୍କ ପୋଷ୍ଟକୁ ଶେୟାର କରିବା ସହ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.