ଦିଲ୍ଲୀ: ଆଫ୍ରିକୀୟ ଦେଶ କଙ୍ଗୋର ଉତ୍ତର-ପଶ୍ଚିମ ଅଞ୍ଚଳରେ ବର୍ଷା ପରେ ଭୂସ୍ଖଳନ ହୋଇଛି । ଫଳରେ ୨୧ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଭୂସ୍ଖଳନ ପରେ ମାଟି ଗଦା ଭିତରେ ଅନେକ ଲୋକ ଦବି ରହିଥିବା ଆଶଙ୍କା କରାଯାଉଛି। ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି ।
ସେପଟେ ରାଜ୍ୟପାଳ ସିଜର ଲିମ୍ବାୟା ମବାଙ୍ଗିସା ପୀଡିତଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ରାଜ୍ୟରେ ୩ ଦିନିଆ ଶୋକ ଘୋଷଣା କରିଛନ୍ତି । ଏବେ ବି ପାହାଡ଼ର ଧ୍ୱଂସାବଶେଷ ସଫା କରିବା ଏବଂ ଜୀବିତ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚାଲିଛି।