Latest Odisha News

BREAKING NEWS

ଠକେଇ ମାମଲାରେ ଜରିନ ଖାନଙ୍କ ନାମରେ ଜାରି ହେଲା ଆରେଷ୍ଟ ଓ୍ଵାରେଷ୍ଟ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜରିନ ଖାନଙ୍କ ନାମରେ ଆରେଷ୍ଟ ଓ୍ଵାରେଣ୍ଟ ଜାରି କରିଛି କୋଲକତାର ଏକ ଅଦାଲତ । ତାଙ୍କ ନାମରେ ଠକିବା ନେଇ ଏକ ମାମଲାର ଶୁଣାଣି କରି ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି । ୨୦୧୮ରେ ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ କୋଲକତାର ୬ଟି କାର୍ଯ୍ୟକ୍ରମରେ ସାମିଲ ନ ହେବା ପାଇଁ ଅଭିନେତ୍ରୀଙ୍କ ନାମରେ ମାମଲା ରୁଜୁ ହୋଇଥିଲା ।

BjdElectrycity

ଖବର ମୁତାବକ, ୨୦୧୮ରେ ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ କୋଲକତାର ୬ଟି କାର୍ଯ୍ୟକ୍ରମରେ ସାମିଲ ନ ହେବା ପାଇଁ ଅଭିନେତ୍ରୀଙ୍କ ନାମରେ ମାମଲା ରୁଜୁ ହୋଇଥିଲା । କୋଲକାତା ସହ ୨୪ ପ୍ରଗଣାର କାର୍ଯ୍ୟକ୍ରମ କୁ ମିଶାଇ ୬ଟି କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ଅଭିନେତ୍ରୀ କହିଥିବା ପରେ ମଧ୍ୟ ଉପସ୍ଥିତ ହୋଇ ନଥିଲେ । ପରେ ତାଙ୍କ ନାମରେ ମାମଲା ଦାଏର ହେବା ପରେ ଅଭିଯୋଗ ପତ୍ର ଦାଖଲ ହେବା ପରେ ଜରିନଙ୍କୁ କୋଲକତାର ସିୟାଲଦହ ଅଦାଲତରେ ହାଜର ହେବାକୁ କୁହାଯାଇଥିଲା । କିନ୍ତୁ ଜରିନ ହାଜର ହୋଇନଥିଲେ । ଜରିନ ବାରମ୍ବାର ଅଦାଲତରେ ହାଜର ନ ହେବାରୁ ତାଙ୍କ ନାମରେ ଆରେଷ୍ଟ ଓ୍ଵାରେଣ୍ଟ ଜାରି କରିଛି କୋଲକତା ଅଦାଲତ ।

 

 

Leave A Reply

Your email address will not be published.