Latest Odisha News

ଡିଭାଇଡରରେ ପିଟି ହୋଇ ଓଲଟିପଡିଲା ବସ୍, ୨୧ ଯାତ୍ରୀ ଆହତ

କଟକ: କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ ନୂଆପାଟଣା ରାସ୍ତାରେ ଦୁର୍ଘଟଣା । ଡିଭାଇଡରରେ ପିଟି ହୋଇ ରାସ୍ତା ଉପରେ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୨୧ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଆହତ ଯାତ୍ରୀଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲା ଥିବା ଜଣାଯାଇଛି । ସମସ୍ତ ଆହତ ଯାତ୍ରୀ ଦେବଗଡ଼ ଅଞ୍ଚଳର । ଘନ କୁହୁଡି ଯୋଗୁ ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ବୋଲି କୁହାଯାଇଛି ।

ଖବର ମୁତାବକ, ଗତକାଲି ବିଳମ୍ବିତ ରାତିରେ ଏକ ବସ୍ ୪୦ ଜଣ ମହିଳା ଓ ଶିଶୁଙ୍କୁ ନେଇ ଦେବଗଡ ରୁ ଭୁବନେଶ୍ବର ଅଭିମୁଖେ ଯାତ୍ରା କରୁଥିଲା । ଭୋର ୩ ଟା ସମୟରେ ଭାରସାମ୍ୟ ହରାଇ କଟକ ନୂଆପାଟଣା ରାସ୍ତାରେ ଥିବା ଡିଭାଇଡରରେ ପିଟିହୋଇ ଓଲଟିପଡିଥିଲା ।

ଏନେଇ ସ୍ଥାନୀୟ ଲୋକେ ଦୁର୍ଘଟଣାର ଖବର ପୋଲିସ ଓ ଦମକଳ ବାହିନୀ କୁ ଦେଇଥିଲେ । ଉଭୟ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ବସ୍ ରୁ ଉଦ୍ଧାର କରି କଟକ ବଡ ମେଡିକାଲରେ ଭର୍ତ୍ତି କରିଛନ୍ତି । ତେବେ ଆହତଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

Comments are closed.