Latest Odisha News

ବଜେଟ୍ ଆଗତ ହେବା ପୂର୍ବରୁ ବୃଦ୍ଧି ପାଇଲା ବାଣିଜ୍ୟିକ ଏଲପିଜି ଗ୍ୟାସ ମୂଲ୍ୟ, ଜାଣନ୍ତୁ ନୂତନ ଦର

ନୂଆଦିଲ୍ଲୀ: ଆଜି ସଂସଦରେ ଆଗତ ହେବ ଅନ୍ତରୀଣ ବଜେଟ୍ । ବଜେଟ୍ ଆଗତ ହେବା ପୂର୍ବରୁ ହିଁ ସାଧାରଣଲୋକଙ୍କୁ ବଡ ଝଟକା ଲାଗିଛି । ତୈଳ କମ୍ପାନୀଗୁଡିକ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି । ନୂତନ ଦର ଫେବୃଆରୀ ପହିଲା ଅର୍ଥାତ୍ ଆଜିଠାରୁ କାର୍ଯ୍ୟକାରୀ ହୋଇଛି ।

ମଳିଥିବା ସୂଚନା ଅନୁଯାୟୀ,ତେବେ ୧୯ କେଜି ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୧୪ ଟଙ୍କା ବୃଦ୍ଧି କରାଯାଇଛି । ସେହିପରି ଦିଲ୍ଲୀରେ ୧୯ କେଜି ସିଲିଣ୍ଡରର ମୂଲ୍ୟ ୧୭୬୯.୫୦ ଟଙ୍କାକୁ ବୃଦ୍ଧି ପାଇଛି । ଗତ ମାସରେ, ଜାନୁଆରୀ ୧ ରେ ଏହାର ହାର ୧୭୫୫.୫୦ ଟଙ୍କା ଥିଲା । ଏଥି ସହିତ କୋଲକାତାରେ ସିଲିଣ୍ଡର ପିଛା ମୂଲ୍ୟ ୧୮ ଟଙ୍କା ବୃଦ୍ଧି କରାଯାଇଛି । କୋଲକାତାରେ ୧୯ କେଜି ସିଲିଣ୍ଡରର ମୂଲ୍ୟ ୧୮୬୯ ରୁ ୧୮୮୭ ଟଙ୍କାକୁ ବୃଦ୍ଧି ପାଇଛି ।

ମୁମ୍ବାଇ ବିଷୟରେ କହିବାକୁ ଗଲେ ଏଠାରେ ୧୫ ଟଙ୍କା ବୃଦ୍ଧି ହୋଇଛି । ଗତ ମାସରେ ସିଲିଣ୍ଡର ହାର ୧୭୦୮.୫୦ ଟଙ୍କା ଥିଲା, ଯାହା ବର୍ତ୍ତମାନ ୧୭୨୩.୫୦ ଟଙ୍କାକୁ ବୃଦ୍ଧି ପାଇଛି । ଚେନ୍ନାଇରେ ୧୨.୫୦ ଟଙ୍କା ବୃଦ୍ଧି କରାଯାଇଛି । ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୧୯୨୪.୫୦ ରୁ ୧୯୩୭ ଟଙ୍କାକୁ ବୃଦ୍ଧି ପାଇଛି ।

ସେହିପରି ଜେଟ୍ ଇନ୍ଧନର ମୂଲ୍ୟ ଯଥା ATF ପରିବର୍ତ୍ତନ କରାଯାଇଛି । ଦିଆଯାଇଥିବା ସୂଚନା ଅନୁଯାୟୀ, ଦିଲ୍ଲୀର ଜେଟ ଇନ୍ଧନ (ଏଟିଏଫ) କିଲୋଗ୍ରାମ ପାଇଁ ୧,୦୦,୭୭୨.୧୭ ଟଙ୍କା ହୋଇଛି । ଏଥି ସହିତ କୋଲକାତାରେ ୧,୦୯,୭୯୭.୩୩ ଟଙ୍କା, ମୁମ୍ବାଇରେ ୯୪,୨୪୬.୦୦ ଟଙ୍କା ଏବଂ ଚେନ୍ନାଇରେ ୧,୦୪,୮୪୦.୧୯ ଟଙ୍କା ରେ ପହଞ୍ଚିଛି ।

Leave A Reply

Your email address will not be published.