ଭୁବନେଶ୍ୱର: ଓଡିଶାର ପ୍ରାୟ ୨୧ ଲକ୍ଷ ଲୋକଙ୍କ ପାଖରେ ଆଧାର କାର୍ଡ ନାହିଁ ବୋଲି ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ସୂତ୍ରରୁ ପ୍ରକାଶ।
UIDAI ଦେଇଥିବା ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଜୁନ୍ ୩୦ ସୁଦ୍ଧା ଆଧାର କାର୍ଡ ପାଇଁ ଯୋଗ୍ୟ ୪,୩୬,୫୬,୩୩୩ ଜନସଂଖ୍ୟା ମଧ୍ୟରୁ ୪,୪୪,୫୦,୯୩୮ ଲୋକ (୯୫.୮୯%) ଆଧାର କାର୍ଡ ପାଇଛନ୍ତି।
UIDAI ଆହୁରି ମଧ୍ୟ କହିଛି ଯେ, ୫ ବର୍ଷରୁ କମ୍ ୧୩,୮୮,୮୧୪ ପିଲା, ୫ ରୁ ୮ ବର୍ଷ ବୟସର ୯୭,୮୭,୮୪୭ ଜଣ ଏବଂ ଚଳିତ ବର୍ଷ ଅକ୍ଟୋବର ୧ ସୁଦ୍ଧା ୧୮ ବର୍ଷରୁ ଅଧିକ ୩,୩୨,୭୪,୨୭୭ ଜଣଙ୍କୁ ଆଧାର କାର୍ଡ ପ୍ରଦାନ କରାଯାଇଛି।
ନୁଆପଡା, କନ୍ଧମାଳ ଏବଂ ବଲାଙ୍ଗୀର ଜିଲ୍ଲାରେ ଆଧାର କାର୍ଡର ସର୍ବାଧିକ ଆବଣ୍ଟନ ହୋଇଥିବାବେଳେ ସର୍ବନିମ୍ନ ସୁନ୍ଦରଗଡ ଜିଲ୍ଲା (୯୧.୫୭%) ରେ କରାଯାଇଛି।
UIDAI ଦେଇଥିବା ତଥ୍ୟ ଅନୁଯାୟୀ, ୩୦ ଟି ଜିଲ୍ଲା ମଧ୍ୟରେ ପୁରୀର ୯୩.୨୪ % ଲୋକ, ସମ୍ବଲପୁରରେ ୯୩.୩୬ % ପ୍ରତିଶତ ଏବଂ ଜଗତସିଂପୁର ଜିଲ୍ଲାରେ ୯୩.୬୨ ପ୍ରତିଶତ ଲୋକଙ୍କର ଆଧାର କାର୍ଡ ରହିଛି।
Comments are closed.