Latest Odisha News

BREAKING NEWS

ଦୁଇ ଭାଇଙ୍କ ଉପରେ ଗୁଳିମାଡ଼ ଓ ଭୂଜାଲିରେ ହାଣିଲେ ଦୁର୍ବୃତ୍ତ, ଜଣେ ମୃତ

ଅନୁଗୋଳ: ଦୁଇ ଭାଇଙ୍କ ଉପରେ ସଂଘବଦ୍ଧ ଆକ୍ରମଣ । ଭୂଜାଲୀରେ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ଗୁଳିମାଡ଼ରେ ଅନ୍ୟ ଜଣେ ଭାଇ ଗୁରୁତର ହୋଇଛନ୍ତି । ଅନୁଗୋଳ ଜିଲ୍ଲା ମୁଷାପାପୁଲୀ ଛକରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ ।

BjdElectrycity

ମୃତକ ହେଲେ ରନ୍ତଲେଇ ଗାଁର ଦୁଃଶାସନ ସେନାପତି । ତାଙ୍କ ଭାଇ ଦୁଷ୍ମନ୍ତ ସେନାପତି ଗୁରୁତର ହୋଇଛନ୍ତି । ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଗତକାଲି ରାତିରେ ଏହି ଆକ୍ରମଣ ହୋଇଥିଲା । ଦୁଃଶାସନ ଓ ଦୁଷ୍ମନ୍ତ କୌଣସି କାମରେ ମୁଷାପାପୁଲୀ ଆସିଥିବା ବେଳେ ବାଇକରେ କିଛି ଦୁର୍ବୃତ୍ତ ଆସି ସେମାନଙ୍କ ଉପରେ ସଂଘବନ୍ଧ ଆକ୍ରମଣ କରିଥିଲେ । ପ୍ରଥମେ ଗୁଳିମାଡ଼ କରିଥିଲେ । ପରେ ଭୂଜାଲୀରେ ଦୁଃଶାସନଙ୍କ ବେକକୁ କାଟି ଦେଇଇଥିବା ଜଣା ପଡ଼ିଛି ।

ପୋଲିସ ଘଟଣାର ତଦନ୍ତ କରୁଛି । ସମସ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ତଦନ୍ତ ଚଳାଇଛି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଓ ଆକ୍ରମଣ ହୋଇଥିବା ଅନୁମାନ କରାଯାଇଛି ।

Leave A Reply

Your email address will not be published.