Latest Odisha News

BREAKING NEWS

ପଞ୍ଜାବ: ବାଣ ଗୋଦାମରେ ବିସ୍ଫୋରଣ ଘଟି ୨୧ ଜଣଙ୍କ ଶୋଚନୀୟ ମୃତ୍ୟୁ

ଗୁରୁଦାସପୁର: ପଞ୍ଜାବର ଗୁରୁଦାସପୁର ଜିଲ୍ଲା ବାଟଲା ଅଞ୍ଚଳରେ ଥବା ଏକ ବେଆଇନ ବାଣ ଗୋଦାମରେ ବିସ୍ଫୋରଣ ଘଟି ୨୧ ଜଣ ପ୍ରାଣ ହରାଇବା ସହ ଅନେକ ଆହତ ହୋଇଥିବା ଏନଡି ଟିଭିରେ ଖବର ପ୍ରକାଶିତ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ ବୁଧବାର ଅପରାହ୍ନ ପାଖାପାଖି ୪ଟା ସମୟରେ ଏହି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ହୋଇଥିବା ବାଣ ଗୋଦାମଟି ଜନବସତି ନିକଟରେ ଥିବା ବାଟଲର ଆଇଜି ଏସ.ପି.ଏସ ପରମାର ସୂଚନା ଦେଇଛନ୍ତି ।

ଏହି ଘଟଣାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୃତକ ମାନଙ୍କ ପାଇଁ ଗଭୀର ଶୋକ ପ୍ରକାଶ କରିବା ସହ ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ସେପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ରାଶି ଘୋଷଣା କରିବା ସହ ଗୁରୁତର ଆହତଙ୍କ ଚିକିତ୍ସା ପାଇଁ ୫୦,୦୦୦ ଟଙ୍କା ଓ ସାମାନ୍ୟ ଆହତଙ୍କ ପାଇଁ ୨୫୦୦୦ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।

ଏହି ଘଟଣାରେ ବାଣ ଗୋଦାମଟି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବା ବେଳେ ଏହା ପାଖରେ ଥିବା ଏକ କାର ୱାର୍କସପଟି ମଧ୍ୟ ନଷ୍ଟ ହୋଇଯାଇଛି । ଏହି ବିସ୍ଫୋରଣର କାରଣ ଏଯାଏଁ ସ୍ପଷ୍ଟ ହୋଇ ନାହିଁ ।

ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ ଏହି ବାଣ ଗୋଦାମଟି ବେଆଇନ ଭାବେ ଅନେକ ବର୍ଷ ହେବ ପରିଚାଳିତ ହେଉଥିଲା ।
ଗୁରୁ ନାନକଙ୍କ ଜନ୍ମବାର୍ଷିକୀରେ ଏଠାରେ ନଗର କୀର୍ତ୍ତନ ହୁଏ । ଏହି ନଗର କୀର୍ତ୍ତନରେ ଲାଗି ଏଠାରେ ବାଣ ଗୁଡିକ ତିଆରି ହୋଇ ଗଚ୍ଛିତ ରହିଥିବା ସୂଚନା ମିଳିଛି ।

ଏହିପରି ଏକ ବାଣ ବିସ୍ଫୋରଣ ୨୦୧୭ ମସିହାରେ ହୋଇଥିଲା, ଯେଉଁଥିରେ ଜଣେ ଲୋକ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଥିବା କଥା ସ୍ଥାନୀୟ ବାସିନ୍ଦା କହିଛନ୍ତି ।

Leave A Reply

Your email address will not be published.