Latest Odisha News

BREAKING NEWS

ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ ଦେଇଥିବା ଯୁବକ ଗିରଫ

ନୂଆଦିଲ୍ଲୀ:  ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ ମାମଲାର ଦିଲ୍ଲୀ ପୋଲିସ ଗୁଜରାଟର ଜଣେ ଯୁବକଙ୍କୁ ଗିରଫ କରିଛି। ଗମ୍ଭୀରଙ୍କୁ କିଛିଦିନ ତଳେ ଏକ ଧମକପୂର୍ଣ୍ଣ ଇମେଲ୍ ମିଳିଥିଲା । ଏହା ପରେ ପୋଲିସ ଏକ ମାମଲା ରୁଜୁ କରିଥିଲା।

ଧମକପୂର୍ଣ୍ଣ ଇମେଲ୍ ପଠାଇଥିବା ଯୁବକ ଗୁଜରାଟର ୨୧ ବର୍ଷୀୟ ଯୁବକ ଜିଗ୍ନେଶସିଂହ ପରମାର ବୋଲି ଦିଲ୍ଲୀ ପୋଲିସ ସ୍ପଷ୍ଟ କରିଛି। ପୋଲିସ କହିଛି ପୂର୍ବତନ ସାଂସଦ ତଥା କ୍ରିକେଟ କୋଚ ଗୌତମ ଗମ୍ଭୀରଙ୍କୁ ଧମକପୂର୍ଣ୍ଣ ଇ-ମେଲ୍ ପଠାଇଥିବା ବ୍ୟକ୍ତି ଗୁଜରାଟର ୨୧ ବର୍ଷୀୟ ଜିଗ୍ନେଶସିଂହ ପରମାର। ତାଙ୍କୁ କେନ୍ଦ୍ରୀୟ ଜିଲ୍ଲା ପୋଲିସ ଦଳ ଧରି ପଚରାଉଚରା କରୁଛନ୍ତି। ସେ ଜଣେ ଇଞ୍ଜିନିୟରିଂ ଛାତ୍ର।

ଏବେ ଗିରଫ ଛାତ୍ରଙ୍କ ପରିବାର ଦାବି କରିଛନ୍ତି ଯେ ସେ ମାନସିକ ରୋଗରେ ପୀଡିତ।

 

ଗୌତମ ଗମ୍ଭୀର ୨୪ ଏପ୍ରିଲରେ ଦିଲ୍ଲୀ ପୋଲିସରେ ଅଭିଯୋଗ କରିଥିଲେ ଯେ ତାଙ୍କୁ ହତ୍ୟା ଧମକ ସହିତ ଦୁଇଟି ଇମେଲ୍ ମିଳିଛି। କେନ୍ଦ୍ରୀୟ ଦିଲ୍ଲୀର ରାଜିନ୍ଦର ନଗରରେ ରହୁଥିବା ଗମ୍ଭୀର ସ୍ଥାନୀୟ ପୋଲିସ ଷ୍ଟେସନରେ ଏକ ଏଫଆଇଆର ଦାଖଲ କରିଥିଲେ । ସେ ଉଲ୍ଲେଖ କରିଥିଲେ ଯେ ତାଙ୍କୁ ଏପ୍ରିଲ ୨୨ ତାରିଖରେ ଅପରାହ୍ନ ଏବଂ ସନ୍ଧ୍ୟାରେ ଦୁଇଟି ଇମେଲ୍ ମିଳିଥିଲା। ଯେଉଁଥିରେ “IKillU” (ଆଇକିଲ୍‌ୟୁ) ଲେଖା ହୋଇଥିଲା। ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

Comments are closed.