Latest Odisha News

BREAKING NEWS

ଗୁଣୁପୁରରୁ ୨୧ ଲକ୍ଷ ଟଙ୍କା ମୂଲ୍ୟର ୨୧୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ରାୟଗଡା: ଗୁଣୁପୁର ପୋଲିସର ବଡ଼ ସଫଳତା । ରାୟଗଡା ଜିଲ୍ଲା ବିକ୍ରମପୁର ରାସ୍ତାରୁ ଏକ କାର ଭିତରୁ ୨୧୦ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିବାବେଳେ, ଜଣଙ୍କୁ ଗିରଫ କରିଛି ପୋଲିସ । ଘଟଣାରେ ଅନ୍ୟଜଣେ ଫେରାର ରହିଛି । ଗିରଫ ଅଭିଯୁକ୍ତ ଜଣକ ରେବୀନ ରେଜି ବୋଲି ଜଣାପଡିଛି ।

ସୂଚନାମୁତାବକ, ପାଟ୍ରୋଲିଂ ସମୟରେ ଗୁଣୁପୁର ଆଦର୍ଶ ପୋଲିସର ଥାନା ଅଧିକାରୀ ଅଶୋକ ପାଢ଼ୀ ବିକ୍ରମପୁର ରାସ୍ତା ଦେଇ ଗଜପତି ଜିଲ୍ଲାକୁ ଏକ ନିଶାନ ସୋନୀ କାର୍ ଦ୍ରୁତ ଗତିରେ ଯାଉଥିବା ବେଳେ ସନ୍ଦେହ କରି ଉକ୍ତ ଗାଡି କୁ ଅଟକାଇଥିଲେ । ଏହି ଗାଡ଼ିରୁ ୨୧୦ କେଜି ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ପୋଲିସ ଅଟକ ରଖିଛି ।

ଆଜି ଗିରଫ ଅଭିଯୁକ୍ତ ରେବୀନ ରେଜି ବିରୁଦ୍ଧରେ ଏକ ମାମଲା ରୁଜ୍ଜୁ କରିବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ । ଅନ୍ୟଫେରାର ଅଭିଯୁକ୍ତ ଯୀଶୁମ କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଗୁଣୁପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବାବୁଲି ନାୟକ ଏବଂ ଆଦର୍ଶ ଥାନା ଅଧିକାରୀ ଉତ୍ତମ ସାହୁ ।

ତେବେ ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ପ୍ରାୟ ୨୧ ଲକ୍ଷ ଟଙ୍କା ହେବ ବୋଲି ସୂଚନା ରହିଛି । ଜବତ କାର କେଏଲ୦୮ଏଏକ୍ସ୧୪୮୨ ସହ ନଗଦ ୩୦୦ ଟଙ୍କା କୁ ମଧ୍ୟ ପୋଲିସ ଜବତ କରିଛି ପୋଲିସ । ଆଗକୁ ଏହି ଅଭିଯାନ ଜାରି ରହିବ ବୋଲି ଥାନା ଅଧିକାରୀ ଉତ୍ତମ ସାହୁ କହିଛନ୍ତି ।

Comments are closed.