Latest Odisha News

ଅକ୍ସିଜେନ୍ ହବ୍ ଓଡ଼ିଶା: ୬ ଦିନରେ ୮ଟି ରାଜ୍ୟକୁ ଦେଲାଣି ୨୧୧୨ ମେଟ୍ରିକ୍ ଟନ୍ ଅମ୍ଳଜାନ

ଭୁବନେଶ୍ୱର: ମହାମାରୀ ଭିତରେ ଅକ୍ସିଜେନ୍ ସଂକଟ ବିଭିନ୍ନ ରାଜ୍ୟକୁ କରୋନା ବିରୋଧୀ ଲଢ଼େଇରେ ଚିନ୍ତା ବଢ଼ାଇଛି । ଏଭଳି ଘଡ଼ିସନ୍ଧି ମୂହୂର୍ତ୍ତରେ ବିଭିନ୍ନ ରାଜ୍ୟକୁ ସହାୟତାର ହାତ ବଢ଼ାଇଛି ଓଡ଼ିଶା । ଲଗାତାର ୬ ଦିନ ହେବ ଅକ୍ସିଜେନ୍ ଯୋଗାଣ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ୮ଟି ରାଜ୍ୟରୁ ଓଡ଼ିଶା ପଠାଇଲାଣି ୨ହଜାର ୧୧୨ ମେଟ୍ରିକ୍ ଟନ୍ ମେଡିକାଲ୍ ଅକ୍ସିଜେନ୍ । ଆନ୍ଧ୍ରପ୍ରଦେଶକୁ ସର୍ବାଧିକ ୩୮ଟି ଟ୍ୟାଙ୍କର ଯୋଗେ ୮୧୧ ମେଟ୍ରିକ୍ ଟନ୍ ଯୋଗାଣ ହୋଇଛି । ସ୍ୱତନ୍ତ୍ର ଗ୍ରୀନ୍ କରିଡର ଯୋଗେ ଯୋଗାଣ ହେଉଛି ଅକ୍ସିଜେନ୍ ।


ସେହିପରି ତେଲେଙ୍ଗାନାକୁ ୨୭ଟି ଟ୍ୟାଙ୍କର ଯୋଗେ ପଠାଯାଇଛି ଅକ୍ସିଜେନ୍ । ମଧ୍ୟପ୍ରଦେଶକୁ ୧୭, ଉତ୍ତରପ୍ରଦେଶ ୯, ହରିୟାଣା ୮, ମହାରାଷ୍ଟ୍ର ୬, ଛତିଶଗଡ଼ ୫ ଓ ତାମିଲନାଡୁକୁ ୨ଟି ଟ୍ୟାଙ୍କର ଯୋଗେ ମେଡିକାଲ ଅକ୍ସିଜେନ୍ ଯୋଗାଣ ହୋଇଛି । ଅନୁଗୋଳ, ଢେଙ୍କାନାଳ, ଯାଜପୁର ଓ ରାଉରକେଲାରୁ ବିଭିନ୍ନ ରାଜ୍ୟକୁ ଅକ୍ସିଜେମ୍ ପଠାଯାଇଛି । ଅକ୍ସିଜେନ୍ ପରିବହନ ବେଳେ ଯେଭଳି କୌଣସି ଟ୍ରାଫିକ ସମସ୍ୟା ସୃଷ୍ଟି ନହେବେ ସେଥିପ୍ରତି ଓଡ଼ିଶା ପୋଲିସ ବିଶେଷ ଭାବରେ ଦୃଷ୍ଟି ଦେଇଛି ।

Comments are closed.