ବରଗଡ଼: ବରଗଡ଼ ସହରରେ ବ୍ୟାପକ ମାତ୍ରାରେ ନିଶା କାରବାର ବଢ଼ିବାରେ ଲାଗିଛି । ବଢ଼ୁଥିବା ଅପରାଧିକ ମାମଲା କାରଣରୁ ଜନସାଧାରଣ ଅସୁରକ୍ଷିତ ହୋଇପଡୁଥିବା ନେଇ ବରଗଡ଼ବାସୀ ସ୍ୱର ଉତ୍ତୋଳନ କରି ନିଶା କାରବାର ଉପରେ ଅଙ୍କୁଶ ଲଗାଇବାକୁ ବରଗଡ଼ ଏସପିଙ୍କ ଠାରେ ଦାବି କରିଥିଲେ l
ବର୍ତ୍ତମାନ ବରଗଡ଼ ପୋଲିସ ନିଶା କାରବାର ଚଳାଇଥିବା ବ୍ୟାପାରୀମାନଙ୍କୁ କାବୁ କରିବାକୁ ଅଣ୍ଟା ଭିଡ଼ିଛି ଏବଂ ବିଶ୍ଵସ୍ଥ ସୂତ୍ରରୁ ଖବରପାଇ ଆଜି ଭୋର ୫ ଟାରୁ ସ୍ଥାନୀୟ ବିଶି ପଡ଼ା ଛକ ଠାରେ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଘେରାବନ୍ଦି କରି ବେଆଇନ ଭାବେ କଫ ସିରଫ ବ୍ୟାପାର କରୁଥିବା ନିଶା ବ୍ୟାପାରୀଙ୍କ ଘରେ ଚଢ଼ାଉ କରିଥିଲା ।

ଚଢାଉବେଳେ ୨୧୭୧ ବୋଟଲ ବେଆଇନ କଫ ସିରଫ ଜବତ କରିଵା ସହିତ ୬ ଗୋଟି ମୋବାଇଲ ଓ ୭୪୧୦୦ ଟଙ୍କା ଜବତ କରିଥିଲା ପୋଲିସ l ନିଶା କାରବାରର ମୁଖ୍ୟ ଆସାମୀ ବିଶି ପଡ଼ାର ନରେଶ ବିଶାର ଓ ତାଙ୍କ ସ୍ତ୍ରୀ ଖୁଶବୁ ବିଶାରଙ୍କୁ ପୋଲିସ ଜେରା କରି ନିଶା କାରବାରରେ ସମ୍ପୃକ୍ତ ଅନ୍ୟ ୫ ଜଣ ସାଥୀଙ୍କୁ ମଧ୍ୟ ଗିରଫ କରିବାରେ ସଫଳ ହୋଇଥିଲା l
ଅନ୍ୟ ଗିରଫ ଅଭିଯୁକ୍ତମାନେ ହେଲେ ବରଗଡ଼ ବିଶି ପଡ଼ାର ନିଖିଳ ପାଢ଼ୀ, ଡେମ କଲୋନୀର ବିକାଶ ଥାପା, ଅମ୍ବାଭୋନା ବ୍ଲକ ଚିଚିଲିର ଘନଶ୍ୟାମ ନାଏକ, ଭୁକ୍ତାର ବାବଳୁ ସୁନା ଓ ପଦ୍ମପୁର ଥାନା ଅନ୍ତର୍ଗତ ସାଂପିଆ ଗ୍ରାମର ବିଶାଲ ସୁନା l ଏପରି ସମୁଦାୟ ୭ ଜଣ ନିଶା ବେପାରିଙ୍କୁ ପୋଲିସ କାବୁ କରି NDPS ଆକ୍ଟ ରେ କୋର୍ଟ ଚାଲାଣ କରିଛି l
Comments are closed.