Latest Odisha News

BREAKING NEWS

ଚନ୍ଦକା ବନଖଣ୍ଡକୁ ଏବର୍ଷ ଆସିଛନ୍ତି ଅଧିକ ପକ୍ଷୀ

ଭୁବନେଶ୍ୱର: ଚନ୍ଦକା-ଡମପଡ଼ା ବନଖଣ୍ଡରେ ଶେଷ ହୋଇଛି ପକ୍ଷୀ ଗଣନା । ଚଳିତବର୍ଷ ରେକର୍ଡ ସଂଖ୍ୟକ ପକ୍ଷୀ ଆସିଛନ୍ତି । ମୋଟ୍ ୨୧ ହଜାର ୯୪୮ଟି ପକ୍ଷା ଆସିଥିବା ଜଣାପଡ଼ିଛି । ଗତବର୍ଷ ଅପେକ୍ଷା ପ୍ରାୟ ୬ହଜାର ଅଧିକ ପକ୍ଷୀ ଏବର୍ଷ ଆସିଛନ୍ତି । ୨୦୨୦ରେ ଏହି ସମୟରେ ଚନ୍ଦକା-ଡମପଡ଼ା ବନଖଣ୍ଡକୁ ୧୬ ହଜାର ୧୩ଟି ପକ୍ଷୀ ଆସିଥିଲେ ।

୨୭ଟି ପ୍ରଜାତିର ବିଦେଶାଗତ ପକ୍ଷୀଙ୍କ ସମେତ ମୋଟ୍ ୧୦୬ ପ୍ରଜାତିର ପକ୍ଷୀ ଆସିଛନ୍ତି । ଗତକାଲି ସକାଳ ୬ଟାରୁ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହୋଇଥିଲା ।ଏଥିରେ ନିୟୋଜିତ ହୋଇଥିଲେ ୧୨ଟି ଟିମ୍‌ । ମୋଟ୍ ୯୦ ଜଣ ପକ୍ଷୀ ଗଣନାରେ ସାମିଲ ହୋଇଥିଲେ ।

 

Leave A Reply

Your email address will not be published.