Latest Odisha News

BREAKING NEWS

ଓଡ଼ିଶାର ୨୨ ଜିଲ୍ଲାରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶହେରୁ କମ୍

ଭୁବନେଶ୍ୱର: ରାଜ୍ୟରେ କରୋନା କାୟା ଧିରେ ଧିରେ କମୁଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ହଜାର ୮୭ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୧୭ଶହ ୭୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୩ଶହ ୧୨ । ଖୋର୍ଦ୍ଧାରୁ ସର୍ବାଧିକ ୫୮୪ ପଜିଟିଭ୍ ବାହାରିଥିବା ବେଳେ କଟକ ଜିଲ୍ଲାରୁ ୪୬୨, ବାଲେଶ୍ୱରରୁ ୨୪୬, ଯାଜପୁରରୁ ଚିହ୍ନଟ ହୋଇଛନ୍ତି ୨୦୫ ସଂକ୍ରମିତ ।

ପୁରୀରୁ ୧୮୯, ମୟୂରଭଞ୍ଜରୁ ୧୫୪, ଭଦ୍ରକରୁ ୧୪୫ ଓ ନୟାଗଡ଼ ଜିଲ୍ଲାରୁ ଆଉ ୧୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୨ ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଭିତରେ ରହିଛି । ୨୪ ଘଣ୍ଟାରେ ୭୪ହଜାର କୋଭିଡ୍ ଟେଷ୍ଟ ହୋଇଥିବା ପଜିଟିଭ୍ ହାର ରହିଛି ୪.୧୭ ପ୍ରତିଶତ । ଆକ୍ଟିଭ କେସ୍ ଗ୍ରୀନ ଜୋନରେ ୨୧ ଜିଲ୍ଲା ଥିବା ବେଳେ ରେଡ୍ ଜୋନରେ ଖୋର୍ଦଧା, କଟକ ଓ ବାଲେଶ୍ୱର ରହିଛି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୯ଲକ୍ଷ ୧୨ହଜାର ୮୮୭କୁ ବୃଦ୍ଧି ପାଇଛି । ସୁସ୍ତ ହେଲେଣି ୮ଲକ୍ଷ ୭୭ହଜାର ୫୪୦ ଆକ୍ରାନ୍ତ । ଆଉ ୪୫ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ନେଲାଣି ମୋଟ୍ ୪ହଜାର ୬୩ ଜୀବନ । ଏବେ ୩୧ହଜାର ୨୩୧ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.