Latest Odisha News

BREAKING NEWS

ପୂର୍ବ ଶତ୍ରୁତାରୁ ଫୁଟିଲା ଗୁଳି, ଯୁବକ ଗୁରୁତର

ଅନୁଗୋଳ: ପୂର୍ବ ଶତ୍ରୁତାରୁ ଗୁଳିମାଡ଼ । ଦୁଇ ପରିବାର ଭିତରେ ସଂଘର୍ଷ ପରେ ଫୁଟିଲା ଗୁଳି । ଜଣେ ଯୁବକଙ୍କ ଗୁଳିମାଡ଼ରେ ଆଉ ଜଣେ ଆହତ ହୋଇଛନ୍ତି । ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବଡ଼ କନ୍ତକୁଳ ଗାଁରେ । ଆହତ ଯୁବକ ହେଉଛନ୍ତି ଗାଁର ଅଖିଳ ବେହେରା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବନ୍ତଳା ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗତକାଲି ରାତି ୧୦ଟା ବେଳେ ଗୁଳିକାଣ୍ଡ ହୋଇଥିଲା ।

ଆହତ ଅଖିଳ ବେହେରା ଓ ଶିଶିର ସାହୁଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଶତ୍ରୁତା ଥିଲା । ଗତକାଲି ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଯୁକ୍ତିତର୍କ ବେଳେ ଉତ୍ତ୍ୟକ୍ତ ହୋଇ ଶିଶିର ଏକ ବନ୍ଧୁକରେ ଅଖିଳଙ୍କ ଉପରକୁ ଗୁଳି ଚଳାଇ ଥିଲେ । ଗୁଳି ଅଖିଳଙ୍କ ବାମ ହାତ କହୁଣିରେ ବାଜିଥିଲା ।

Leave A Reply

Your email address will not be published.