ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରୁ ୨୨ ଜଣ ନକ୍ସଲ ଗିରଫ । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ନାମରେ ୪ ଲକ୍ଷର ପୁରସ୍କାର ମଧ୍ୟ ରହିଥିଲା। ନକ୍ସଲଙ୍କ ଠାରୁ ଟିଫିନ ବୋମା, ଡିଟୋନେଟର, ଜିଲୋଟିନ, ବିଦ୍ୟୁତ ତାର ଇତ୍ୟାଦି ଜବତ କରାଯାଇଛି।
ଗିରଫ ହୋଇଥିବା ନକ୍ସଲମାନଙ୍କ ମଧ୍ୟରେ ଡିଏକେଏମଏସ, ସିଏନଏମ, କେଏଏମଏସ ସଦସ୍ୟ ରହିଛନ୍ତି। ସମସ୍ତଙ୍କ ବିରୋଧରେ ବିଭିନ୍ନ ଥାନାରେ କେଶ ରହିଛି। ବିଜାପୁର ଜିଲ୍ଲାର ଉସୁର ଥାନା ଅଂଚଳରୁ ୭ ଜଣ,ଜଂଗଲା ଥାନା ଅଂଚଳରୁ ୬ ଜଣ ଏବଂ ନେଲସନାର ଥାନା ଅଂଚଳରୁ ୯ ଜଣ ନକ୍ସଲକୁ ଗିରଫ କରାଯାଇଥିବା ସୂଚନା ରହିଛି ।
ଗିରଫ ପରେ ପୋଲିସ ପଚରାଉଚରା କରୁଛି।
Comments are closed.