Latest Odisha News

ବାତ୍ୟା ମୁକାବିଲା: କେଉଁ ଜିଲ୍ଲାରେ ମୁତୟନ ରହିବେ କେତୋଟି NDRF ଟିମ୍ ?

ଭୁବନେଶ୍ୱର: ବାତ୍ୟା ମୁକାବିଲା ପାଇଁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବ୍ୟାପକ ପ୍ରସ୍ତୁତି ହେଲାଣି । ପ୍ରଭାବିତ ହେବାକୁ ଥିବା ଜିଲ୍ଲାକୁ ଯିବେ ଏନଡିଆରଏଫ୍, ଓଡ୍ରାଫ ଓ ଅଗ୍ନିଶନ ବିହାନୀ ଟିମ୍ । ୨୨ଟି ଏନଡିଆରଏଫ୍ ଟିମରୁ ବାଲେଶ୍ୱର ଜିଲ୍ଲାକୁ ୭ଟି ଟିମ୍ ଯିବେ । ସେହିପରି ଭଦ୍ରକକୁ ୪, କେନ୍ଦ୍ରାପଡ଼ାକୁ ଯିବେ ୩ଟି ଟିମ୍ ।

ଯାଜପୁରକୁ ୨ଟି, ଜଗତସିଂହପୁର ଓ ମୟୂରଭଞ୍ଜ ଜିଲ୍ଲାରେ ଏନଡିଆରଏଫର ଗୋଟିଏ ଲେଖାଏ ଟିମ୍ ମୁତୟନ ରହିବେ । ସେହିପରି ଜରୁରୀ କାର୍ୟ୍ୟ ପାଇଁ ୪ଟି ଟିମ୍ ମୁଖ୍ୟାଳୟରେ ରହିବ । ଏନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଆସନ୍ତାକାଲି ଅପରାହ୍ନ ସୁଦ୍ଧା କାର୍ୟ୍ୟସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି ।

Leave A Reply

Your email address will not be published.