Latest Odisha News

BREAKING NEWS

CBSE, ICSE ଦ୍ୱାଦଶ ପରୀକ୍ଷା ହେବ କି ନାହିଁ ? ଆଜି ବସିବ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ମଧ୍ୟରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦୀର୍ଘ ଦିନ ଧରି ସ୍ଥଗିତ ରହିଛି । ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱରେ ଥିବାବେଳେ ପରୀକ୍ଷା ତାରିଖକୁ ଅପେକ୍ଷା କରିଛନ୍ତି । ଅନ୍ୟପଟେ ପରୀକ୍ଷା ବାତିଲ୍ ନେଇ ସୋସିଆଲ୍ ମିଡିଆରେ ଦାବି ମଧ୍ୟ ହେଉଛି । ଏହାରି ଭିତରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ ବୈଠକ ଆଜି ବସିବ । ଯେଉଁଥିରେ ଦ୍ୱାଦଶ ପରୀକ୍ଷା ସହ ନିଟ୍ ଓ ଜେଇଇ ମେନ୍ ସମେତ ଅନ୍ୟ ପରୀକ୍ଷା ନେଇ ନିଷ୍ପତ୍ତି ନିଆଯାଇପାରେ ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡ. ରମେଶ ପୋଖରିୟାଲ୍ ଶନିବାର ଟ୍ୱିଟ୍ କରି ସୂଚନା ଦେଇଥିଲେ, ସରକାର ରବିବାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ଶିକ୍ଷା ମନ୍ତ୍ରୀ, ଶିକ୍ଷା ସଚିବ, ଷ୍ଟେଟ ବୋର୍ଡର ଅଧ୍ୟକ୍ଷ ଏବଂ ସମ୍ବନ୍ଧିତ ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିବେ ।

ଦ୍ୱାଦଶ ବୋର୍ଡ ପରୀକ୍ଷା ନେଇ ଅଧିକାରୀ ଓ ମନ୍ତ୍ରୀଙ୍କ ବୈଠକରେ ଅଧ୍ୟକ୍ଷତା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଦିନ ୧୧ଟା ୩୦ରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସହ ରାଜନାଥ ସିଂହ, କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଓ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ସାମିଲ୍ ହେବେ ।

Leave A Reply

Your email address will not be published.