Latest Odisha News

BREAKING NEWS

ମହୁଲ ଫୁଲ ଚୋରା ଚାଲାଣ

ବସୁଲେଇ: ମହୁଲ ଫୁଲ ଚୋରା ଚାଲାଣ ବେଳେ ଧରା ପଡିଲେ ଅଭିଯୁକ୍ତ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୁଲେଇ ଗାଁ ନିକଟରୁ ମହୁଲ ବୋଝେଇ ପିକଅପ ଭ୍ୟାନ ଜବତ ହୋଇଛି । ମହୁଲ ଫୁଲ ଚାଲାଣ ନେଇ ପୁଲିସ ପାଖରେ ଖବର ଥିବା ବେଲେ ଗାଡ଼ିକୁ ଅଟକାଇ ଜବତ କରିଛି ପୋଲିସ । ଏଥିସହିତ ୩ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ଗିରଫ ଅଭିଯୁକ୍ତ ମାନେ ଅନୁଗୁଳ ଜିଲ୍ଲା ରେଙ୍ଗାଳୀ ଗାଁର ପୁରନ୍ଦର ସେଠୀ ,ଖମାର ଗାଁର ରୂପ ସିଙ୍କୁ ଏବଂ ପରଜଙ୍ଗ ଥାନା ସରକିଶୋରପାଳ ଗାଁର ପଞ୍ଚାନନ ମହାରଣା । ପିକଅପ୍ ଭ୍ୟାନରୁ ୫୨ ବସ୍ତା ମହୁଲ ଫୁଲ ଜବତ କରାଯାଇଛି । ଯାହାର ପରିମାଣ ପ୍ରାୟ ୨୨ କୁଇଣ୍ଟାଲ ହେବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ । ଅଭିଯୁକ୍ତ ଦଲାଲ ମାନେ ପରଜଙ୍ଗ ଅଂଚଳରୁ ଚୋରା ମହୁଲ ଫୁଲ ଚାଲାଣ କରୁଥିବା ଜଣାପଡିଛି । ଏନେଇ ଅଧିକ ଛାନବିନ କରୁଛି ପୁଲିସ । ଖୁବଶିଘ୍ର ଅନ୍ୟ ଦଲାଲ ବେପାରୀ ମାନଙ୍କୁ ଧରାଯିବ ବୋଲି ପୋଲିସ ଜଣାଇଛି ।

Leave A Reply

Your email address will not be published.