Latest Odisha News

ହ୍ବାଇଟ୍ ଫଙ୍ଗସର କେଉଁ ସବୁ ଲକ୍ଷଣ ରହିଛି, ଜାଣନ୍ତୁ…

ନୂଆଦିଲ୍ଲୀ: ଦେଶରେ ବ୍ଲାକ୍ ଫଙ୍ଗସ୍ ରୋଗ ଧିରେଧିରେ ବୃଦ୍ଧି ପାଉଥିବା ବେଳେ ହ୍ବାଇଟ୍ ଫଙ୍ଗସ୍ ଚିନ୍ତା ବଢ଼ାଇଛି।

ରିପୋର୍ଟ ମୁତାବକ, ବିହାରରେ ଚାରିଜଣ ରୋଗୀଙ୍କ ମଧ୍ୟରେ କରୋନା ଭଳି ଲକ୍ଷଣ ଦେଖାଯାଇଥିଲା। ହେଲେ ସେମାନଙ୍କ କରୋନା ପରୀକ୍ଷା ନେଗେଟିଭ ବାହାରିଥିଲା। କିନ୍ତୁ ଟେଷ୍ଟ ପରେ ଜଣାପଡିଥିଲା ​​ଯେ ସେମାନେ ହ୍ବାଇଟ୍ ଫଙ୍ଗସରେ ସଂକ୍ରମିତ ହୋଇଥିଲେ।

ଡାକ୍ତରଙ୍କ ଅନୁଯାୟୀ, HRCTରେ କରୋନାର ଲକ୍ଷଣ ଦେଖାଯାଉଥିବା ବେଳେ ହ୍ବାଇଟ୍ ଫଙ୍ଗସ୍ ଚିହ୍ନଟ କରିବା ପାଇଁ ମକୁସ୍ କଲଚର୍ ଆବଶ୍ୟକ ହୋଇଥାଏ।

ସେ କହିଛନ୍ତି ଯେ ହ୍ବାଇଟ୍ ଫଙ୍ଗସର କାରଣ ମଧ୍ୟ ବ୍ଲାକ୍ ଫଙ୍ଗସ୍ ପରି ହୋଇଥାଏ। ଶରୀରରେ ରୋଗ ପ୍ରତିରୋଧକ ଶକ୍ତିର ଅଭାବ ଏବଂ ମଧୁମେହ ରୋଗୀଙ୍କ କ୍ଷେତ୍ରରେ ଏହା ଅଧିକ ବିପଦ। ଏହାବ୍ୟତୀତ ଦୀର୍ଘ ଦିନ ଧରି ଷ୍ଟେରଏଡ ମେଡିସିନ ଖାଇବା ଦ୍ବାରା ମଧ୍ୟ ଏହି ସଂକ୍ରମଣ ହେବାର ଆଶଙ୍କା ରହିଛି।

Leave A Reply

Your email address will not be published.